ଯୋଗୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ , ଜାଣନ୍ତୁ କେଉଁମାନେ ହେଲେ ନୂଆ ମନ୍ତ୍ରୀ
21/08/2019 at 2:55 PM

ଲକ୍ଷ୍ମୌ .- ପ୍ରାୟ ଅଢେଇ ବର୍ଷପରେ ଯୋଗୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ଉତ୍ତରପ୍ରଦେଶର ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ନୂଆ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ । ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ନୂତନ ଭାବେ ୬ ଜଣ କ୍ୟାବିନେଟ ମନ୍ତ୍ରୀ, ୬ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଓ ୧୧ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଶପଥ ନେଇଥିବା ୨୩ ଜଣଙ୍କ ମଧ୍ୟରେ ୧୮ ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି। ରାଜଭବନର ଗାନ୍ଧୀ ସଭା ଗୃହରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ସର୍ବ ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ମହେନ୍ଦ୍ର ସିଂ ଶପଥ ଗ୍ରହଣ କରିଥିଲେ।
ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନେ ହେଲେ
କ୍ୟାବିନେଟ ପାହ୍ୟା ମନ୍ତ୍ରୀ
ମହେନ୍ଦ୍ର ସିଂ , ସୁରେଶ ରାଣା, ଅନିଲ ରାଜଭର, ରାମ ନରେଶ ଅଗ୍ନିହୋତ୍ରୀ , କମଳା ରାଣୀ ବରୁଣ , ଭୁପେନ୍ଦ୍ର ସିଂ ଚୌଧୁରୀ ,
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
ନୀଳକଣ୍ଠ ତିଓ୍ୱାରୀ, କପିଳଦେବ ଅଗ୍ରଓ୍ୱାଲ, ସତୀଶ ଦ୍ୱିବେଦୀ, ଅଶୋକ କାଟାରିଆ, ଶ୍ରୀରାମ ଚୌହାନ, ରବୀନ୍ଦ୍ର ଜୟେଶ୍ୱାଲ,
ରାଷ୍ଟ୍ରମନ୍ତ୍ରୀ
ଅନିଲ ଶର୍ମା, ମହେଶ ଗୁପ୍ତା , ଆନନ୍ଦ ସ୍ୱରୂପ ଶୁକ୍ଳା, ଗିରାଜ ସିଂ ଧର୍ମେଶ, ଲାଖନ ସିଂରାଜପୁତ, ନୀଳିମା କାଟିୟାର, ଚୌଧୁରୀ ଉଦୟଭାନ ସିଂ, ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ, ରାମ ଶଙ୍କର ସିଂ ପଟେଲ, ଅଜିତ ସିଂ ପଟେଲ , ବିଜୟ କାଶ୍ୟପ ।