Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମ୍ୟାଚ୍ ମଝିରେ ଖରାପ ହୋଇଗଲା ପରିସ୍ଥିତି: ରାଗିଯାଇ ଅମ୍ପାୟାରଙ୍କ ଉପରେ ଚିଲାଇଲେ କୋହଲି, ଭିଡିଓ ଭାଇରାଲ୍

12/10/2021 at 9:41 AM

ସାଉଦି ୧୨/୧୦ : ସୋମବାର ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ଖେଳାଯାଇଥିଲା ହେବିଓ୍ୱେଟ ମୁକାବିଲା । ଏଲିମିନେଟର ମ୍ୟାଚରେ କେକେଆର ବିପକ୍ଷରେ ଚାରି ୱିକେଟରେ ପରାଜୟର ସମ୍ମୁଖୀନ ଆରସିବି । ତେବେ ଏହାରି ଭିତରେ ଅର୍ଥାତ୍ ଶେଷ ମ୍ୟାଚରେ ଅନେକ ଘଟଣା ସାମ୍ନାକୁ ଆସିଥିଲା ।

ତେବେ ଗୋଟିଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ତାହାଥିଲା ମ୍ୟାଚ ପାଇଁ ସଂଘର୍ଷ ଚାଲୁଥିବାବେଳେ ଅମ୍ପାୟାରଙ୍କ ଉପରେ ଭଡକିଥିଲେ ବିରାଟ । କେକେଆର ଇନିଂସର ସପ୍ତମ ଓଭରରେ ଘଟଥିଲା ଏହି ଘଟଣା । ଏଠାରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କର ଶେଷ ବଲକୁ ବୋଲିଂ କରିଥିଲେ । ବଲ୍ ସିଧା କେକେଆର ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ ପ୍ୟାଡରେ ଯାଇ ହିଟ୍ ହୋଇଥିଲା । ଏହାକୁ ଚହଲ ଏବଂ ବାଙ୍ଗାଲୋରର ଅନ୍ୟ ଖେଳାଳିମାନେ ଦୃଢ ଭାବରେ ଆଉଟ ଆବେଦନ କରିଥିଲେ ।

ହେଲେ ଅମ୍ପାୟାର ଏହାକୁ ପ୍ରତ୍ୟାଖାୟ୍ନ କରିଦେଇଥିଲେ । ଏହା ପରେ ବିରାଟ ତୁରନ୍ତ DRS ନେଇଥିଲେ । ପରେ, ଟିଭି ରିପ୍ଲେ ଦେଖିବା ପରେ ଅନ୍ ଫିଲ୍ଡ ଅମ୍ପାୟାର ବିରେନ୍ଦର ଶର୍ମାଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା । ଯାହା ବିରାଟଙ୍କ ପାଇଁ DRS ନେବା ଠିକ୍ ପ୍ରମାଣିତ ହୋଇଥିଲା । ଏହି ନିଷ୍ପତ୍ତି ଆସିବା ମାତ୍ରେ ଅମ୍ପାୟାର ଏବଂ ବିରାଟଙ୍କ ମଧ୍ୟରେ ବିତର୍କ ହୋଇଥିଲା । ତେବେ ଖୁସିର କଥା ହେଲା ପରେ ଅମ୍ପାୟାର ଏବଂ ବିରାଟଙ୍କ ମଧ୍ୟରେ ହସଖୁସିରେ କଥାବାର୍ତ୍ତା ଦେଖିବାକୁ ମିଳିଥିଲା ।

   Related Posts