ମୌସୁମି ଆସିଲା ସତ, ହେଲେ ବର୍ଷାର ଦେଖା ନାହିଁ ଚାଷ ପାଇଁ ଚିନ୍ତାରେ ଚାଷୀ
29/06/2018 at 10:24 PM

ମୌସୁମି ଆସିଲା ସତ। ହେଲେ ବର୍ଷାର ଦେଖା ନାହିଁ। କଉଠି ବର୍ଷା ପାଣିରେ ଭାଷୁଛନ୍ତି ଲୋକ ତ ଆଉ କେଉଠିଁ ବର୍ଷା ପାଣି ମୁନ୍ଦାଏ ପାଇଁ ଚାତକ ପରି ଅନେଇ ବସିଛି ଚାଷୀ। ଆମେ କହୁଛୁ ବଲାଙ୍ଗୀର ଜିଲ୍ଳାର କଥା । ବିଗତ ଦୁଇ ବର୍ଷ ଧରି ମରୁଡି ର ଶିକାର ହୋଇଥିବା ଚାଷି କୁଳ ଏବେ ପୁଣି ହତାସ ହୋଇଛି। ଆଶା ଥିଲା ଭଲ ବର୍ଷା ଟିକିଏ ହେବ । ଓ ଚାଷ କରି ଚାଷୀ କରିବ ତାର କ୍ଷତି ର ଭରଣ ପୋଷଣ । ହେଲେ ଆଜି ଯାଏଁ ଭଲ ବର୍ଷା ର ନା ଗନ୍ଧି ନାହିଁ। ଆଗକୁ ମଧ୍ୟ ଭଲ ବର୍ଷା ଟିକିଏ ନହେଲେ ପୁଣି ମରୁଡିର ଶିକାର ହେବ ଚାଷୀ । ଯାହା କୁ ନେଇ ଏବଠୁ ଚିନ୍ତାରେ ଚାଷୀ କୂଳ।