ମେକ ଇନ୍ ଓଡ଼ିଶାକୁ ନେଇ ବିଜେଡି ବିଜେପି ଭିତରେ ବାକ୍ ଯୁଦ୍ଧ : 9pm Discussion (09.11.2018)
10/11/2018 at 3:06 AM

ମେକ ଇନ୍ ଓଡ଼ିଶାକୁ ନେଇ ବିଜେଡି ବିଜେପି ଭିତରେ ବାକ୍ ଯୁଦ୍ଧ ଛିଡୁନି । ନୂଆ ନୂଆ ତଥ୍ୟ ସମ୍ନାକୁ ଆଣି ବିଜେପି ଘେରୁଛି ରାଜ୍ୟ ସରକାରଙ୍କୁ । ସେପଟେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ବଡ଼ ଆକାରରରେ ଆୟୋଜନ କରିବାକୁ ପୂରା ଦମ୍ ଲାଗାଇଛନ୍ତି ରାଜ୍ୟ ସରକାର । ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ନ ଡାକିବା ଏବଂ କେନ୍ଦ୍ର ଅର୍ଥ ବିନିଯୋଗ ନକରିବା ପ୍ରସଙ୍ଗ ଉଠାଇ ଏହି କାର୍ଯ୍ୟକ୍ରମକୁ ପାଣିଚିଆ କରିବା ଯୋଜନାରେ ଅଛି ବିଜେପି । ଏହାକୁ ନେଇ ବିଜେଡି ଓ ବିଜେପି ଭିତରେ ଚାଲିଛି କାଦୁଅ ଫିଙ୍ଗା । କଂଗ୍ରେସ୍ ବି ରାଜ୍ୟ ସରକାରଙ୍କୁ ଘେରିଛି ।