Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ମୁମ୍ବାଇ ଇନକମ୍ ଟ୍ୟାକ୍ସ ରେଡ୍: ଅନୁରାଗ କଶ୍ୟପ ଏବଂ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ

3/03/2021 at 2:43 PM

ମୁମ୍ବାଇ ୦୩/୦୩: ଅନୁରାଗ କଶ୍ୟପ, ବିକାଶ ବହଲ ଏବଂ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଏହି ଚଢାଉ ଫିଲ୍ମ ‘ଫାଣ୍ଟମ୍’ ସହିତ ଜଡିତ । ବିକାଶ ବହଲ ଏହି ପ୍ରଡକ୍ସନ୍ ହାଉସ୍ ର ଫାଉଣ୍ଡର ହୋଇଥିବାବେଳେ ଅନୁରାଗ କଶ୍ୟପ ଏହାର ମାଲିକ । ତେବେ ତାପସୀଙ୍କ ଘରେ ଚଢାଉ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆୟକର ବିଭାଗ ମୁମ୍ବାଇ ଏବଂ ପୁନେର ୨୨ଟି ସ୍ଥାନରେ ଟ୍ୟାକ୍ସ ଚୋରିକୁ ନେଇ ଚଢାଉ କରୁଛି । ଆୟକର ଅଧିକାରୀମାନେ ମଧୁ ମଣ୍ଟେନାଙ୍କ ଶୌଚାଳୟ ପରିଚାଳନା କମ୍ପାନୀ କ୍ୱାନ୍ ର କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛନ୍ତି ।

ଏହି ଷ୍ଟାରମାନଙ୍କ ବିରୋଧରେ ବଡ଼ ଧରଣର ଆୟକର ଚୋରି ମାମଲା ରହିଛି । ଏହି ଲୋକମାନଙ୍କର ମୁମ୍ବାଇ ଏବଂ ବାହାର ସ୍ଥାନରେ ରହିଥିବା ସମସ୍ତ ଜିନିଷ ଉପରେ ଚଢାଉ କରାଯାଉଛି । ଏହି ଚଢାଉ ଦ୍ୱାରା  ବଡ ବଡ ଲୋକମାନଙ୍କର ନାମ ମଧ୍ୟ ଆସିପାରେ ବୋଲି ଜଣାଯାଉଛି ।

ଅନୁରାଗ କଶ୍ୟପ ଏବଂ ତାପସୀ ପନ୍ନୁ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଉଭୟ ‘ସାଣ୍ଡ କି ଆଙ୍ଖ୍’ ଏବଂ ‘ମନମର୍ଜିଆ’ ଭଳି ସଫଳ ଫିଲ୍ମ ତିଆରି କରିଛନ୍ତି । ଦୁହେଁ ପୁଣିଥରେ ଫିଲ୍ମ ‘ଦୋବାରା’ରେ ନଜର ଆସିବେ । ତାପସୀ ପନ୍ନୁ ୨୦୨୦ ରେ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥାପଡ’ରେ ନଜର ଆସିଥିଲେ । ତାଙ୍କର ଫିଲ୍ମ ‘ରଶ୍ମୀ ରକେଟ୍’ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହା ସହିତ ସେ ‘ଶାବାଶ ମିତୁ’, ‘ହସିନ୍ ଦିଲରୁବା’, ‘ଶାବାଶ ନାଇଡୁ’ ଏବଂ ‘ଲୁପ୍ ଲପେଟା’  ଫିଲ୍ମ ମଧ୍ୟ କରୁଛନ୍ତି ।

   Related Posts