Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମାସକ ମଧ୍ୟରେ ଗୋଟାଏ ଗାଁରୁ ୩ ଜଣ ମହିଳା ନିଖୋଜ

26/06/2018 at 9:44 PM

ବାଲେଶ୍ବର ସହରର ସୁନଡଟ ମଲ୍ଲିକ ସାହିରେ ରୁହନ୍ତି କାହ୍ନୁ ମଲ୍ଲିକ। ତାଙ୍କର ୨୩ ବର୍ଷିଆ ଝିଅ ଝରଣା ମଲ୍ଲିକ ଗତ ମେ ମାସ ୨୫ତାରିଖରେ ବଡ଼ ଭଉଣୀ ଘରୁ ଦୁଇ ପୁତୁରାଙ୍କୁ ଧରି ଘରକୁ ଫେରୁଥିଲା। ବଙ୍କାଖେଜୁର ଛକ ନିକଟରେ ଝରଣା ଦୁଇ ପୁତୁରାଙ୍କୁ ଛାଡ଼ି ନିକଟସ୍ଥ ମବାଇଲ ଦୋକାନକୁ ଯାଇଥିଲା। ପରେ ସେ ଆଉ ଘରକୁ ଫେରିନଥିଲା। ଘରଲୋକେ ଅନେକ ଖୋଜା ଖୋଜି କରି ନପାଇବାରୁ ଟାଉନ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ। ଏହାର ୧୪ ଦିନ ପରେ ସେହି ଗାଁର ମନୋରଞନ ମଲ୍ଲିକଙ୍କର ସ୍ତ୍ରୀ ନିରୁପମା ଦଳାଇ ଗତ ଜୁନ୍ ମାସ ୯ତାରିଖ ରାତିରେ କେଉ ଆଡ଼େ ଫେରାର ହୋଇ ଯାଇଛନ୍ତି। ସେ ୫ମାସର ଗର୍ଭବତୀ ଥିଲେ। ରାତି 4ଟାରେ ସ୍ୱାମୀ ମନୋରଞନ ଉଠି ଦେଖନ୍ତିତ ସ୍ତ୍ରୀ ନାହିଁ। ସେ ଚାରିଆଡ଼େ ଖୋଜା ଖୋଜି କରିବାସହ ତାଙ୍କର ଶ୍ୱଶୁର ଘରକୁ ଖବର ଦେଇଥିଲେ ଶ୍ୱଶୁର ଘର ଲୋକ ଖୋଜା ଖୋଜି ଝିଅକୁ ନପାଇବାରୁ ମନୋରଞନ ୧୦ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ୭ଦିନ ପରେ ଅର୍ଥ।ତ ଗତ ୧୬ତାରିଖ ସନ୍ଧ୍ୟାରେ ସେହି ଗାଁର ଦିବାକର ମହାନ୍ତିଙ୍କର ସ୍ତ୍ରୀ ମଧୁସ୍ମିତା ମହାନ୍ତି କେଉଁଆଡ଼େ ଫେରାର୍ ହୋଇ ଯାଇଛନ୍ତି। ମଧୁସ୍ମିତାଙ୍କର ଗୋଟାଏ ୭ବର୍ଷର ଝିଅ ଅଛି। ତାଙ୍କର ପରିବାର ବର୍ଗ ମଧ୍ୟ ଅନେକ ଖୋଜାଖୋଜି କରି ନପାଇବାରୁ ସେମାନେ ମଧ୍ୟ ଟାଉନ ଥାନାରେ ଏକ ଅଭିଯୋଗ କରିଛନ୍ତି। କେହି ବ୍ୟକ୍ତି ତାଙ୍କର ସ୍ତ୍ରୀକୁ ଅପହରଣ କରିନେଇଥିବାର ସେମାନେ ସନ୍ଦେହ କରୁଛନ୍ତି। ହଲେ ପୁଲିସ ଏହି ସବୁ ଘଟଣାକୁ ଖାମ୍ ଖିଆଲି ଭାବରେ ନେଇଛି। ପରିବାର ଲୋକେ ପୁଲିସର ଏପ୍ରକାର ନିତିକୁ ନାପସନ୍ଦ କରିଛନ୍ତି।
ଆଜକୁ ୧୦ବର୍ଷ ତଳେ ଏହି ଗାଁରୁ ଅନେକ ନାବାଳିକାଙ୍କୁ କିଛି ଦଲାଲ ଉତ୍ତରପ୍ରଦେଶ ନେଇ ବିକ୍ରୀ କରିଦେଇଥିଲେ। ପରେ ସେମାନେ ଧରା ପଡ଼ଥିଲେ। ଏହି ଯୁବତୀ ଓ ମହିଳା ମାନେ ନିଖୋଜ ହେବା ପଛରେ କୌଣସି ବ୍ୟକ୍ତି ବା ର୍ୟାକେଟର ହାତ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

   Related Posts