Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାନସିକ ବିକାର ଗ୍ରସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଆକୁଳ ନିବେଦନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

6/10/2021 at 9:18 AM

କଳାହାଣ୍ଡି ୦୬/୧୦: ସୋସିଆଲ ମିଡିଆ ଜରିଆରେ ଜଣେ ମାନସିକ ବିକୃତଯୁବକକୁ ଘର ଫେରାଇବାକୁ ଯୁବକଙ୍କ ନିଆରା ଉଦ୍ୟମ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯୁବକଙ୍କ ଏଭଳି ପ୍ରୟାସ । ଭିଡିଓଟି ଗୁଜରାଟର ଉଜଓ୍ୱାଡା ଗାଁରୁ ଆସିଛି । ଜଣେ ମାନସିକ ଯୁବକ ନିଜ ନାଁ ପୁରନ ଯାଦବ ପିତା ନାଁ ତୁଲସୀ ଯାଦବ ଭାଇ ନାଁ ପିତାମ୍ବର ଯାଦବ ପ୍ରକାଶ କରୁଛି ।

ନିଜ ଗାଁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ଶିବ ମନ୍ଦିର ନିକଟରେ ଜଣାଇଛନ୍ତି । ସେ ୩ ଦିନ ହେବ ଗୁଜରାଟର ବଲସାର ଜିଲ୍ଲା ଉଜଓ୍ୱାଡା ଗାଁରେ ଅଛି । ସେଠାରେ ଗୋଟିଏ ବିରିଆନୀ ଦୋକାନରେ ଖାଇବାକୁ ମାଗିବାରୁ ଦୋକାନ ର ମାଲିକ୍ ହଲିମ ଖାନ ଖାଇବାକୁ ଦେଇଥିଲେ । ସେ ସମୟରେ ମାନସିକ ରୋଗୀ ତାଙ୍କୁ ଘର କୁ ଫେରାଇବାକୁ ନିବେଦନ କରିଥିଲେ । ନିଜ ନାଁ ଓ ଘର ଠିକଣା ଜଣାଇଛନ୍ତି ।

ଏହା ପରେ ହଲିମ ଖାନ ନିଜ ଠିକଣା ସହ ମୋବାଇଲ୍ ନମ୍ବର୍ ୭୦୮୧୭୯୯୫୦ ସୋସିଆଲ ମିଡ଼ିଆରେ ଦେଇ ଏହି ମାନସିକ ରୋଗୀଙ୍କୁ ତାଙ୍କ ଘର ଫେରାଇବାକୁ ଉଦ୍ୟମ କରୁଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ମାନସିକ ରୋଗୀ କିମ୍ବା ପରିବାରକୁ ଜାଣନ୍ତି । ତେବେ ତାଙ୍କୁ ଏହି ଭିଡିଓ ବାର୍ତ୍ତା ବିଷୟରେ ଜଣାନ୍ତୁ । ଏବଂ ନିଖୋଜ ଯୁବକଙ୍କୁ ଘର ବାହୁଡ଼ି ବାକୁ ସହାୟତା ପ୍ରଦାନ କରନ୍ତୁ।

   Related Posts