ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ମାଧ୍ୟମିକ ଶିକ୍ଷା ପରିଷଦର ଏନ୍.ଓ.ସି ନଥିବା ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଚିନ୍ତାରେ, ଏବେ କରିବେ କଣ

11/12/2018 at 6:09 PM

ଜୟପୁର୧୧|୧୨:୩ ଦିନ ତଳେ ମାଧ୍ୟମିକ ଶିକ୍ଷାପରିଷଦ ଏନ୍.ଓ.ସିଥିବା ସ୍କୁଲ ଗୁଡିକର ତାଲିକାପ୍ରକାଶ କରିଛି।  ଲିଷ୍ଟ ଦେଖି ଜୟପୁରର ବିଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲ ପରିଚାଳକଙ୍କ ମଧ୍ୟରେଛନକା ପଶିଯାଇଛି । କାରଣକିଛି ସ୍କୁଲର ଏନ୍.ଓ.ସିଅଛି, କିନ୍ତୁ ତାଲିକାରେ ନାଁ ନାହିଁ ।  ଆଉ କିଛି  ସ୍କୁଲର ଏନ୍.ଓ.ସିମୂଳରୁ ନାହିଁ । ତେଣୁ ଏଭଳି ସ୍କୁଲରେ ନିଜ ପିଲା ପାଠପଢ଼ୁଥିବାରୁ ଚିନ୍ତାରେ ଅଭିଭାବକ।

ମର୍ଡନଇଂଲିସ ସ୍କୁଲ । ୨୫ବର୍ଷରୁ ଅଧିକ ସମୟ ହେବଜୟପୁରରେ ଏହା ଚାଲୁଛି । ପ୍ରାୟ ୧୫୦୦ଶହ ଛାତ୍ର ଛାତ୍ରୀ ପାଠପଢୁଛନ୍ତି ଏଠାରେ ।୧୯୯୪ମସିହାରୁ ଏହି ସ୍କୁଲକୁ ଏନ୍.ଓ.ସି ମିଳିଥିବାକର୍ତ୍ତୃପକ୍ଷ ଦାବି କରିବା ସହଏ ନେଇ କାଗଜପତ୍ର ବିଦେଖାଉଛନ୍ତି । ହେଲେସ୍କୁଲକୁ ମିଳିଥିବା ଏନ୍.ଓ.ସିରେଏହାର ବୈଧତା ସମୟ ସୀମାକିଛି ଉଲେଖ ନାହିଁ ।ସେପଟେ ୨ ଦିନ ତଳେ ମାଧ୍ୟମିକଶିକ୍ଷା ପରିଷଦ ପକ୍ଷରୁ ଏନ୍.ଓ.ସି ଥିବା ସ୍କୁଲରତାଲିକା ପ୍ରକାଶ ପାଇଛି । ହେଲେ ଲିଷ୍ଟରେମଡର୍ଣ୍ଣ ଇଂଲିଶ ସ୍କୁଲର ନାଁ ନାହିଁ । ଆଉ ଏହାକୁନେଇ ସ୍କୁଲ କର୍ତ୍ତୃପକ୍ଷ ପଡିଛନ୍ତି ଦ୍ବନ୍ଦ୍ବରେ ।ସେହିପରି ଆଉ ଗୋଟିଏ ଶିକ୍ଷାନୁଷ୍ଠାନହେଲା ୪ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବାଜାଭିଅର ହାଇସ୍କୁଲ । ଏହିସ୍କୁଲକୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏନ୍.ଓ.ସି ୫ବର୍ଷ ପାଇଁ ମିଳିଛି ।  ନବମ ଓ ଦଶମଶ୍ରେଣୀ ପାଇଁ ଏନ୍.ଓ.ସି ମିଳିନାହିଁ ।କେବଳ ଏହି ୨ଟି ସ୍କୁଲନୁହଁ, ଅଧିକାଂଶ ଇଂରାଜୀ ମାଧ୍ୟମ ସ୍କୁଲର ଏପରି ଅବସ୍ଥା । 

କେବଳ ଏହି ଦୁଇଟି ସ୍କୁଲ ନୁହଁ । ସହର ଉପକଣ୍ଠ ସହ ସାରା କୋରାପୁଟ ଜିଲ୍ଲାରେ ଖୋଲିଛି  ମାଳ ମାଳ ଇଂରାଜୀ ମାଧ୍ୟମ ସ୍କୁଲ । ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ  ଜିଲ୍ଲାର କେବଳ ୧୦ଟି ଇଂରାଜୀ ମାଧ୍ୟମ ସ୍କୁଲର ଏନ୍.ଓ.ସି ରହିଛି । ଆଉ ଏହାକୁ ନେଇ ଏବେ ଚିନ୍ତାରେ ଅଭିଭାବକ । ପ୍ରତି ଶିକ୍ଷା ବର୍ଷ ଆରମ୍ଭରୁ ଏନ୍.ଓ.ସି କୁ କଡାକଡି ଭାବେ ଲାଗୁ କରିବା ସହ ପ୍ରତି ସ୍କୁଲ ନିଜ କାନ୍ଥରେ ଏହି ଏନ୍.ଓ.ସି କୁ ପ୍ରଦର୍ଶନ କରିବାକୁ ଦାବି କରିଛନ୍ତି ଅଭିଭାବକ । ଫଲରେ ନିଜ ପିଲାଙ୍କ  ନାମ ଲେଖାଇବା ପୂର୍ବରୁ ସ୍କୁଲର ଏନ.ଓ.ସି ସଂକ୍ରାନ୍ତରେ ଅଭିଭାବକ ଜାଣି ପାରିବେ ।ଗୋଟିଏ ସ୍କୁଲ ପାଇଁ ଏନ୍.ଓ.ସି ବାଧ୍ୟତା ମୂଳକ ।  ଯେଉଁ ସ୍କୁଲର ଏନଓସି ନାହିଁ , କର୍ତ୍ତୃପକ୍ଷ ଏଥିପାଇଁ ତୁରନ୍ତ  ଆବେଦନ କରିବାକୁ ପଡିବ ବୋଲି କହିଛନ୍ତି ଜୟପୁର ବ୍ଳକ ଶିକ୍ଷା ଅଧିକାରୀ ।

   Related Posts