Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମାଓ ଅପରେସନ

26/06/2018 at 12:05 AM

କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁଳପୋଛ କରିବା ଲାଗି ଚାଲିଛି ଜୋରଦାର ଅପରେସନ। ସେମିତି ଆଭ୍ୟନ୍ତରୀଣ ଭାଗରେ ଆତଙ୍କ ଖେଳାଇଥିବା ମାଓବାଦୀଙ୍କୁ ସମୂଳେ ନିପାତ କରିବା ଲାଗି କେନ୍ଦ୍ର ଅପରେସନ ଅଲଆଉଟକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି । ଆଉ ବର୍ଷା ବେଳା ଦେଖି ମାଓବାଦୀମାନେ ମଧ୍ୟ ସକ୍ରୀୟ ହେଲେଣି। ନିଜର ସ୍ଥିତି ଜାହିର କରିବା ସହିତ କେମିତି ସରକାରଙ୍କ ମାଓ ବିରୋଧୀ ଅପରେସନକୁ ଚକ୍ମା ଦେବେ ସେନେଇ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଚାଲିଛି। ଏତିକି କେବେଳେ ଓଡ଼ିଶାର ବିଭିନ୍ନ ଭାଦରେ ବନ୍ଦ ପାଳନ ନେଇ ଦେଖାଦେଇଛି ମାଓ ପୋଷ୍ଟର।

ଓଡ଼ିଶା-ଛତିଶଗଡ ସୀମାରେ ମାଓ କ୍ୟାମ୍ପ । ମାଓ କ୍ୟାମ୍ପର ଫ୍ରେସ ଭିଜୁଆଲ ସାମ୍ନାକୁ ଆସିଛି । ମୌସୁମୀ ସକ୍ରିୟ ହେବା ଓ ବର୍ଷା ଆରମ୍ଭ ହେଇଗଲେ ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳ ବିଚ୍ଛିନ୍ନ ହୋଇଯାଏ ଆଉ ଏହାର ସୁଯୋଗ ନେଇ ଜଙ୍ଗଲିଆ ଅଞ୍ଚଳରେ ମାଓବାଦୀମାନେ ଟ୍ରେନିଂ କ୍ୟାମ୍ପ ଖୋଲିଛନ୍ତି । ଦେଖନ୍ତୁ ଏହି ମାଓ କ୍ୟାମ୍ପର ଚିତ୍ର, ଯେଉଁଥିରେ କିଛି ମହିଳାମାନେ ମଧ୍ୟ ଅଛନ୍ତି । ୟୁନିଫର୍ମରେ ଅଛନ୍ତି ମାଓବାଦୀ । ସୁକମା, ବିଜାପୁର, ବସ୍ତର, ତେଲେଙ୍ଗାନା ଏବଂ ଓଡିଶାର କ୍ୟାଡର ମାଓବାଦୀ ସାମିଲ ହୋଇଛନ୍ତି । କ୍ୟାମ୍ପରେ ଆଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଶିକ୍ଷଣ ଶିବିର ସହ କିପରି ଏନକାଉଣ୍ଟର ସ୍ଥଳରୁ ମୃତାହତମାନଙ୍କୁ ଉଠାଇ ନିଆଯିବ ସେସମ୍ପର୍କରେ ତାଲିମ ଦିଆଯାଉଛି । ରିମୋଟ କଣ୍ଟ୍ରୋଲରେ କିପରି ଆଇଇଡି ବିସ୍ଫୋରଣ କରାଯିବ ତାହା ମଧ୍ୟ ଶିଖାଯାଉଛି।

ଏଣେ ପଶ୍ଚିମ ଓଡ଼ିଶାରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି, ଓଡିଶା ଏବଂ ଛତିଶଗଡରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପୋଲିସର ଅପରେସନ ଗ୍ରୀନହଣ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଓଡିଶା ତଥା ପୂର୍ବ ଛତିଶଗଡରେ ଏହି ସଂଗଠନ କାମ କରୁଥିବା ବେଳେ ବନ୍ଦ ଡାକରାକୁ ସଫଳ କରିବାକୁ ଲଗାଇଛନ୍ତି ପୋଷ୍ଟର । ଫୁଲବାଣୀ ଗୋଛାପଡା ରାସ୍ତା କଟ୍ରିଙ୍ଗିଆରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଉମରକୋଟ ରାଇଘରରେ ବି ମାଓ ପୋଷ୍ଟର ଲାଗିଛି । ସହରରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର ରଥରେ ୩ଟି ପୋଷ୍ଟର ମାରିଛନ୍ତି ମାଓବାଦୀ । କଳାହାଣ୍ଡିର ଭବାନିପାଟଣା ଥୁଆମୁଳରାମପୁର ରାସ୍ତା ଓ ଫୁଲିଘାଟି ଗୁଣପୁର ନିକଟରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ବଲାଙ୍ଗୀରରେ ମାଓଦମନ ଅଭିଯାନକୁ ବିରୋଧ କରି କରି ବରଗଡ-ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ଅଡିଓ ଟେପ ଜାରି କରିଛି । ସେହିପରି ନୂଆପଡା-ପତୋରା ରାସ୍ତାରେ ମାଓପୋଷ୍ଟର ଦେଖିବାକୁ ମିଳିଛି ।

   Related Posts