Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ମାଇକ୍ରୋସଫ୍ଟ ଓ ଫେସ୍‌ବୁକ୍‌ର ବଡ଼ ଘୋଷଣା, ଏବେ ଆଉ ଦେବେନି ରାଜନୈତିକ ଚାନ୍ଦା, ୟୁଏସ୍‌ କ୍ୟାପିଟଲ୍‌ ହିଂସା ପରେ ନେଲେ ନିଷ୍ପତ୍ତି

12/01/2021 at 4:38 PM

ନୂଆଦିଲ୍ଲୀ ୧୨/୦୧: ଆମେରିକାର ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୧ରେ ଶପଥ ନେବେ ଜୋ ବାଇଡେନ। ଶପଥ ଗ୍ରହଣ ସମାରୋହ ପାଇଁ ବହୁ ସଂଗଠନ, ଘରୋଇ କମ୍ପାନୀ ଓ ଲୋକେ ଆର୍ଥିକ ସହାୟତା ପ୍ରଦାନ କରିଛି। ଡୋନେସନ ଦେଇଥିବା କମ୍ପାନୀ ମଧ୍ୟରେ ଫେସବୁକ୍‌, ଗୁଗଲ ଓ ମାଇକ୍ରୋସଫ୍ଟ ମଧ୍ୟ ସାମିଲ। କିନ୍ତୁ ଏହି ସବୁ କମ୍ପାନୀଙ୍କ ବିରୋଧରେ ରାଜନୈତକ ପକ୍ଷପାତିତା କରୁଥିବା ନେଇ  ସଂଗୀନ ଅଭିଯୋଗ ମଧ୍ୟ ଥିଲା ।

ଜାନୁଆରୀ ୬ରେ ୟୁଏସ୍‌ କ୍ୟାପିଟଲରେ ହୋଇଥିବା ଦଙ୍ଗାକୁ ନଜରରେ ରଖି ନିଜର ପଲିଟିକାଲ୍‌ ଆକ୍ସନ କମିଟି(ପିଏସି) ଦ୍ବାରା ରାଜନୈତିକ ଯୋଗଦାନ ଉପରେ ରୋକ ଲଗାଯିବ ବୋଲି ଫେସବୁକ୍‌, ଗୁଗଲ ଓ ମାଇକ୍ରୋଫ୍ଟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହାର ଅର୍ଥ କ୍ୟାପିଟଲ ହିଂସା ପରେ ଏବେ ମାଇକ୍ରୋସଫ୍ଟ ଓ ଫେସ୍‌ବୁକ୍‌ କୌଣସି ଦଳ ପାଇଁ ଆଉ ରାଜନୈତିକ ଚାନ୍ଦା ଦେବେ ନାହିଁ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ କ୍ୟାପିଟଲ କୁହାଯାଉଥିବା ସଂସଦ ପରିସରରେ ହିଂସା ଘଟାଇଥିଲେ। ୪ ଘଣ୍ଟା ଚାଲିଥିବା ଏହି ହିଂସାକାଣ୍ଡରେ ଲୋକତନ୍ତ୍ରକୁ ଏକ ପ୍ରକାର ବନ୍ଧକ କରାଯାଇଥିଲା। ଏହି ସମୟରେ ଭଙ୍ଗାରୁଜା ଓ ଗୁଳିମାଡ଼ ହୋଇଥିଲା। ଅନ୍ୟପଟେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁ ୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଆକ୍ରମଣ ସମୟରେ ସଂସଦରେ ବାଇଡେନଙ୍କ ବିଜୟ ଉପରେ ମୋହର ଲାଗିବା ପ୍ରକ୍ରିୟା ଚାଲିଥିଲା। ସଂସଦ ଆକ୍ରମଣ ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଛି।

ଗିରଫ ଦୁଇ ଅଭିଯୁକ୍ତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଆକ୍ରମଣ ଦିନ ୫୨ ଜଣଙ୍କୁ ଧରିଥିଲା ପୋଲିସ। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଏଫବିଆଇ ଲୋକଙ୍କ ସାହାଯ୍ୟ ନେଉଥିବା ଜଣାପଡ଼ିଛି। ସେପଟେ ଲୋକଙ୍କୁ ଆକ୍ରମଣ ସମ୍ବନ୍ଧୀୟ ଡାଟା ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି ଡେମୋକ୍ରାଟର ସାଂସଦ।

   Related Posts