ମହାପ୍ରଭୁଙ୍କ ଅଣସର ସମୟରେ ପଟି ଦିଅଁଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନର ପୂଣ୍ଣ୍ୟ ଅର୍ଜନ କରୁଛନ୍ତି
30/06/2018 at 9:24 PM

ଅଣସର ଘରେ ଗୁପ୍ତ ସେବା ଚାଲିଥିବାରୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଏଣୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଅଣସର ପିଣ୍ତି ସମ୍ମୁଖରେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ସୁଭଦ୍ରାଙ୍କ ସ୍ଥାନରେ ଭୂବନେଶ୍ୱରୀ ଓ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କ ପଟିଦିଅଁ ପୂଜା ପାଉଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଆବର୍ତ୍ତମାନରେ ନିରାଶ ନହୋଇ ପଟିଦିଅଁ ସହ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀଙ୍କୁ ମଧ୍ୟ ଦର୍ଶନ କରୁଛନ୍ତି।