ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବା ନେଇ ଏମିତି ପ୍ରତିକ୍ରିୟା ରଖିଲେ ସାଂସଦ ଜୁଏଲ ଓରାମ…
31/05/2019 at 5:04 PM

ନୂଆଦିଲ୍ଲୀ ୩୧|୫: ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ଜୁଏଲ ଓରାମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ଓଡିଶାରୁ ୨ ଜଣ ସାମିଲ ହୋଇଛନ୍ତି ।ସେମାନେ ମୋତେ ଦେଖା କରିବାକୁ ଆସିଥିଲେ, ମୋତେ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ଜୁଏଲ ।
ଏଥର ମୋତେ ସୁଯୋଗ ମିଳିନି, ଅନ୍ୟମାନଙ୍କୁ ମିଳିଛି ।ପ୍ରଧାନମନ୍ତ୍ରୀ ମୋତେ ୫ ବର୍ଷ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମଧ୍ୟ କହିଛନ୍ତି ଜୁଏଲ ଓରାମ । ବିଜେପି ରାଜ୍ୟ ସଭାପତି ପଦ ଚୟନକୁ ନେଇ ମଧ୍ୟ ଜୁଏଲ ପ୍ରତିକ୍ରିୟା ରଖିଛନ୍ତି ।ମୁଁ ସେ ବିଷୟରେ କିଛି ଜାଣିନାହିଁ ବୋଲି କହିଛନ୍ତି । ତେବେ ଦଳ ଯାହା ଦାୟିତ୍ବ ଦେବ ତାକୁ ମୁଁ ତୁଲାଇବି ବୋଲି ସେ କହିଛନ୍ତି ।
ମନ୍ତ୍ରିମଣ୍ଡଳୁରୁ ବାଦପଡିବାପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆଜି ସକାଳେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, କନକ ବର୍ଦ୍ଧନ ସିଂ ଦେଓ ପ୍ରମୁଖ ନେତାମାନେ ଜୁଏଲ ଓରାମଙ୍କୁ ଦେଖା କରିଥିଲେ । ଜୁଏଲଙ୍କ ସହ ସାକ୍ଷାତପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜୁଏଲ ତାଙ୍କ ଅଭିଭାବକ ଭଳି । ତାଙ୍କ ପିତାଙ୍କ ସହଯୋଗୀ ଥିଲେ । ସେଥିପାଇଁ ସେ ତାଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ । ମନ୍ତ୍ରିମଣ୍ଢଳରେ ସ୍ଥାନ ନପାଇଥିବାରୁ ଜୁଏଲ ଜମା ଅସନ୍ତୁଷ୍ଟ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।