Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଭୁବନେଶ୍ୱର ଆପୋଲ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ-ଜାଣନ୍ତୁ କାରଣ

9/09/2019 at 8:53 PM

ଭୁବନେଶ୍ୱର ୯।୯ -ଭୁବନେଶ୍ୱର ଆପୋଲ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦ୍ଦେଶ । ବେଆଇନ କିଡନୀ ପ୍ରତ୍ୟାରୋପଣ ମାମଲାରେ ଜାତୀୟ ମାନବାଧିକାର କମିଶନ ଏଭଳି ରାୟ ଦେଇଛନ୍ତି । ସେପଟେ କିଡନୀ ହରାଇ ଭୟ ଓ ଆଶଙ୍କାରେ ଦିନ କାଟୁଥିବା ଅନୀଲଙ୍କ ଆଖିରେ ଖୁସିର ଲୁହ ।

ରଦ୍ଦ ହେବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ପଞ୍ଜୀକରଣ । ବେଆଇନ କିଡନୀ ପ୍ରତ୍ୟାରୋପଣ ମାମଲାରେ ଆପୋଲକୁ ଛାଟ ଲଗାଇଛନ୍ତି ଜାତୀୟ ମାନବାଧିକାର କମିଶନ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଦୀର୍ଘ ୬ ବର୍ଷ ସଂଘର୍ଷ ପରେ ନ୍ୟାୟ ପାଇଛନ୍ତି ବରଗଡ଼ର ଅନୀଲ ସ୍ୱାମୀ । ସେପଟେ ଅନୀଲ କିଡନୀ ହରାଇବା ପରେ ଦୁଃଖ ଓ ଆଶଙ୍କାରେ ତାଙ୍କ ପରିବାର ଜୀଉଁଛନ୍ତି । ତେବେ କମିଶନଙ୍କ ନ୍ୟାୟ ତାଙ୍କ ଆଖିରେ ଖୁସିର କିଛି ବୁନ୍ଦା ଲୁହ ଭରିଛି।
ପୂରା ଘଟଣା ଥିଲା କିଛି ଏମିତି । କିଡନୀ ପ୍ରତ୍ୟାରୋପଣକୁ ନେଇ ୨୦୧୩ରେ ବରଗଡ଼ର ଅନୀଲ ସ୍ୱାମୀ ସଂଗୀନ ଅଭିଯୋଗ ଆଣିଥିଲେ । ରାଘବାନନ୍ଦ ଦୋରା ନାମକ ବ୍ୟକ୍ତିଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଥିଲା ଭୁବନେଶ୍ୱର ଆପୋଲରେ । କାଗଜପତ୍ରରେ ଦର୍ଶାଯାଇଥିଲା ତାଙ୍କ ଭାଇ ଜୟରାମ ଦୋରା ତାଙ୍କୁ କିଡନୀ ଦେଉଛନ୍ତି । ହେଲେ ବାସ୍ତବରେ ଅନୀଲ ସ୍ୱାମୀଙ୍କ କିଡନୀକୁ ନିଆଯାଇଥିବା ଅଭିଯୋଗ ହୋଇଥିଲା ।

ବାରମ୍ବାର ଅଭିଯୋଗ ପରେ ବି ଅନୀଲଙ୍କ କଥାକୁ ଶୁଣି ନ ଥିଲା ଆପୋଲୋ । ବଡ଼ ହସ୍ପିଟାଲର ମନମାନି ଆଗରେ ଅସହାୟ ଥିଲେ କିଡନୀ ହରାଇଥିବା ଅନୀଲ । ବାଧ୍ୟ ହୋଇ ଥାନାରେ ଏତଲା ଦେଇଥିଲେ । ପରେ ଘଟଣାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ ।
ମାନବାଧିକାର କର୍ମୀ ଅଖଣ୍ଡ ଏହି ମାମଲାକୁ ନେଇଥିଲେ ଜାତୀୟ ମାନବିଧିକାର କମିଶନଙ୍କ ନିକଟକୁ । ଅନୀଲଙ୍କ ପ୍ରତି ଅନ୍ୟାୟ ହୋଇଥିବା ସ୍ପଷ୍ଟ କରିଛନ୍ତି କମିଶନ । ପୀଡ଼ିତଙ୍କୁ ୨ ଲକ୍ଷର କ୍ଷତି ପୂରଣ ଦେବାକୁ ୬ ସପ୍ତାହ ମଧ୍ୟରେ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏଭଳି ଜାଲ କାରବାରରେ ଆପୋଲୋର ସହଯୋଗ ଥିବା ଅନୁଭବ କରିଛନ୍ତି କମିଶନ । ଏଭଳି ଅପରାଧ ଲାଗି କ୍ନିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ହୋଇଥିବା ପଞ୍ଜିକରଣକୁ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।
ଆପୋଲୋ ବିରୋଧରେ ଅନେକ ସମୟରେ ଆସିଛି ଗୁରୁତର ଅଭିଯୋଗ । ଆଉ ଏବେ ଏଲଏଚଆରସିଙ୍କ ଏହି ରାୟ ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।

   Related Posts