Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଭିଜିଲାନ୍ସ ଜାଲରେ ଆଇ.ଏଫ.ଏସ୍ ଅଫିସର ବିଜୟ କେତନ ଆଚାର୍ଯ୍ୟ

23/06/2018 at 10:56 PM

ଭିଜିଲାନ୍ସ୍ ଜାଲରେ ବଡବାବୁ। ଆଇ.ଏଫ୍.ଏସ୍ ଅଫିସର୍ ବିଜୟ କେତନ ଆଚାର୍ଯ୍ୟ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଦକ୍ଷିଣ ଘୁମୁସୁର ଡି.ଏଫ୍.ଓ ବିଜୟ କେତନ ଆଚାର୍ଯ୍ୟଙ୍କ ଭଞ୍ଜନଗର ବାସଭବନ ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ବର ଓ କଟକରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ଭୁବନେଶ୍ୱର ଶହୀଦ୍‌ନଗର, ପଟିଆ ଅଞ୍ଚଳ, କଟକର କଲ୍ୟାଣନଗର, ଭଞ୍ଜନଗରର କାର୍ଯ୍ୟାଳୟ, ବାସଭବନ ଏଭଳି ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଭଞ୍ଜନଗର ବାସଭବନରୁ ୧୦୦ ଗ୍ରାମ୍ ସୁନା ବିସ୍କୁଟ୍ ଜବତ କରାଯାଇଥିବା ଏସ୍.ପି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଠାରେ ଦୁଇଟି ତିନି ମହଲା କୋଠା ଠାବ କରାଯାଇଥିବା ବେଳେ କଟକ ଠାରେ ଦୁଇ ମହଲା କୋଠା ଠାବ କରାଯାଇଛି। ଏକ କୋଟି ଟଙ୍କାର ବ୍ୟାଙ୍କ୍ ଫିକ୍ସଡ୍ ଡିପୋଜିଟ୍ କାଗଜ ପତ୍ର, ଫ୍ଳାଟ୍ ପାଇଁ ଅଗ୍ରୀମ୍ ଦେଇଥିବା ୨୦ ଲକ୍ଷ ୮୧ ହଜାର ଟଙ୍କାର କାଗଜ, ୪ ଲକ୍ଷ ଟଙ୍କାର ଏକ ପ୍ଳଟ୍ ଦସ୍ତାବିଜ୍, ନଗଦ ଏକ ଲକ୍ଷ ନବେ ହଜାର ଟଙ୍କା, ୯ ଲକ୍ଷ ଟଙ୍କାର ଘରକଣା ଜିନିଷ ପତ୍ର, ଦୁଇଟି ମୋଟର ସାଇକେଲ୍, ୨୨ ଲକ୍ଷ ଟଙ୍କାର ଏଲ୍.ଆଇ.ସି ଓ ଇନ୍ୟୁସ୍‌ରାନ୍ସ୍ କାଗଜ ପତ୍ର, ଭୁବନେଶ୍ବର ଏସ୍.ବି.ଆଇ ଓ କାନାରା ବ୍ୟାଙ୍କ୍‌ରେ ଥିବା ଦୁଇଟି ଲକର୍, ୧୧ଟି ବ୍ୟାଙ୍କ୍ ପାସ୍‌ବୁକ୍, ୨୫ଟି ଏଲ୍.ଆଇ.ସି ବଣ୍ଡ୍ ପ୍ରମୁଖ ଠାବ କରାଯାଇଛି। ଯାହାର ମୂଲ୍ୟ ୩କୋଟି ୨୦ ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ୍ ଏସ୍.ପି ମାୟାଧର ସ୍ୱାଇଁ। ବ୍ୟାଙ୍କ୍ ବନ୍ଦ ଥିବା ଯୋଗୁଁ ଆଜି ଲକର୍ ଥିବା ସୁନାର ପରିମାଣ ଆକଳନ କରାଯାଇପାରିନାହିଁ। ପରବର୍ତ୍ତୀ ସମୟରେ ଏହାର ଆକଳନ କରାଗଲେ ଆହୁରି ସମ୍ପତ୍ତିର ପରିମାଣ ବୃଦ୍ଧି ପାଇପାରିବା ଆଶା କରାଯାଉଥିବା କହିଛନ୍ତି ଭିଜିଲାନ୍ସ୍ ଏସ୍.ପି ମାୟାଧର ସ୍ୱାଇଁ।

   Related Posts