ଭାରସାମ୍ୟ ହରାଇ ପୋଲରେ ପିଟିହେଲା ବାଇକ୍ : ୨ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର
6/12/2018 at 11:32 AM

କନ୍ଧମାଳ ୬/୧୨: ଗତ କାଲି ରାତିରେ ଏକ ବାଇକରେ ତିନି ଜଣ ଆସୁଥିବା ବେଳେ ଆଗପଟୁ ଅନ୍ୟ ବାଇକକୁ ସାଇଡ୍ ଦେବାବେଳେ ଭାରସାମ୍ୟ ହରାଇ ଏକ ପୋଲରେ ଵାଡେଇହୋଇ ଯାଇଥିଲା।ଗୁରୁତର ଅବସ୍ଥାରେ ଟିକାବାଲି ମେଡିକାଲକୁ ୧୦୮ ଯୋଗେ ବାଇକ ପଛରେ ବସିଥିବା ଦୁଇ ଭଉଣୀକୁ ନିଆଯାଇଥିଲା।ସେଠାରେ ସାନଭଉଣୀର ମୃତ୍ୟୁ ହୋଇଥିଲା। ବଡ଼ ଭଉଣୀକୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ବାଇକ ଚଳାଉଥିବା ପୁଅକୁ ଦମକଳ ଗାଡି ଜି ଉଦୟଗିରି ମେଡିକାଲ ଆଣିଥିଲା।ସେଠାରେ ପୁଅର ବି ମୃତ୍ୟୁ ହୋଇଥିଲା। ଏହି ଘଟଣା ଏଠାରେ ଶୋକର ଛାୟା ଖେଳିଯାଇଛି।