Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଭାରତ ଏବଂ ଅଷ୍ଟ୍ରେଲିଆ-ଏ ମ୍ୟାଚ୍ ଡ୍ର : ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କଲେ ଶୁଭମାନ୍ ଗିଲ ଓ ଋଷଭ ପନ୍ତ

13/12/2020 at 6:44 PM

ସିଡନୀ ୧୩/୧୨ : ଭାରତ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ସିଡନୀରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଡ୍ର ରେ ଶେଷ ହୋଇଛି । ଏହି ଅଭ୍ୟାସ ମ୍ୟାଚ୍ ଭ୍ରମଣକାରୀ ଭାରତ ପାଇଁ ଅନେକାଂଶରେ ସକାରାତ୍ମକ ସାବ୍ୟସ୍ତ ହୋଇଛି । ତେବେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଅନେକ ଦାବିଦାର ସାମ୍ନାକୁ ଆସିଛନ୍ତି । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ଚିତାକର୍ଷକ ହେବ ବୋଲି ଆଶା କରାଯାଉଛି ।

ଚାରି ଟିକିଆ ଟେଷ୍ଟ୍ ମ୍ୟାଚ୍ ସିରିଜ ଡିସେମ୍ବର ୧୭ରୁ ଆଡିଲେଡରେ ଆରମ୍ଭ ହେବାକୁ ଯାଉଛି । ତେବେ ସିଡନୀରେ ଚାଲିଥିବା ଅଭ୍ୟାସ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆ-ଏ ୨୫ ରନରେ ତିନୋଟି ଓ୍ବିକେଟ୍ ହରାଇଦେଇଥିଲା । କିନ୍ତୁ ବେନ ମାସ୍କରମାର୍ଟ ଏବଂ ଜ୍ୟାକ୍ ଓ୍ବିଲଡରମୁଥଙ୍କ ଶତକ ବଳରେ ଦଳ ୪ ଓ୍ବିକେଟ୍ ହରାଇ ୩୦୭ ରନ କରିଥିଲା । ଦୁଇ ତାରକା ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ବାଉନସ୍ ବୋଲିଂକୁ ଚମତ୍କାର ଢଙ୍ଗରେ ସାମ୍ନା କରିଥିଲେ । ଭାରତ ପ୍ରଥମ ଇଂନିସରେ ୧୯୪ ଏବଂ ଦ୍ବିତୀୟ ଇଂନିସରେ ୩୮୬/୪ ପାଳି ଘୋଷଣା କରିଥିଲା । ସେହିପରି ଅଷ୍ଟ୍ରେଲିଆ-ଏ ପ୍ରଥମ ପାଳିରେ ୧୦୮ ରନ କରି ଅଲଆଉଟ ହେବା ସହିତ ଦ୍ବିତୀୟ ଇଂନିସରେ ୩୦୭/୪ ରେ ମ୍ୟାଚ୍ ଡ୍ର ହୋଇଛି ।

ମାସ୍କରମାର୍ଟ ୧୬୭ଟି ବଲରୁ ଅପରାଜିତ ୧୦୭ରନ କରିଥିବା​‌ ବେଳେ ଅଧିନାୟକ ଆଲେକ୍ସ କ୍ୟାରି ୧୧୧ଟି ବଲରୁ ୫୮ରନ ସଂଗ୍ରହ କରିଥିଲେ । ଚତୁର୍ଥ ଓ୍ବିକେଟ୍ ପାଇଁ ଦୁହେଁ ୧୧୭ ରନର ଭାଗୀଦାରୀ କରିଥିଲେ । ସେହିପରି ଓ୍ବିଲଡର ୧୧୯ ବଲରୁ ୧୧୧ ରନ କରିଥିଲେ ।

ଭାରତୀୟ ଦଳ ମ୍ୟାଚ୍‌ର ଦୁଇଟିଯାକ ଇନିଂସରେ ପୃଥ୍ବୀ ସ ଏବଂ ଶୁଭମାନ ଗିଲଙ୍କ ବ୍ୟାଟିଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେହିଭଳି ହନୁମା ବିହାରୀ ମଧ୍ୟ ଚମତ୍କାର ଫର୍ମରେ ନଜର ଆସିଥିବା ସହି ଶତକୀୟ ଇଂନିସ ଖେଳିଥିଲେ । କେ ଏଲ ରାହୁଲ ଉଭୟ ମଧ୍ୟକ୍ରମ ଏବଂ ଓପନିଂ ବ୍ୟାଟିଂ ପାଇଁ ପଡିଆରେ ଝାଳବୁହା ପରିଶ୍ରମ କରୁଥିବା ନଜର ଆସିଥିଲେ । ସେପଟେ ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଅନ୍ଦାଜ ସମସ୍ତଙ୍କୁ ଚକିତ କରିଥିଲା । ସେ ମାତ୍ର ୭୩ଟି ବଲର ଶତକ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  

   Related Posts