ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ : ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୨୩୩/୬, ଚମକିଲେ କୋହଲି, ନିରାଶ କଲେ ପୃଥ୍ବୀ
17/12/2020 at 6:22 PM

Image Courtesy : navbharattimes
ଆଡିଲେଡ୍ ୧୭/୧୨ : ପିଙ୍କ୍ ବଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ୍ ଜାରି ରହିଛି । ପ୍ରଥମ ଦିନ ଉଭୟ ଟିମ ପ୍ରାୟତଃ ସମାନ ପ୍ରଦର୍ଶନ କରିଛନ୍ତି । ଧିମା ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ୨୩୩/୬ ରନ କରିଛି । କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଏକ ସମ୍ମାନଜନତ ସ୍ଥିତିରେ ପହଞ୍ଚିଛି ଭାରତ ।
ଅଧିନାୟକ ବିରାଟ କୋହଲି (୭୪ରନ୍) ଅର୍ଦ୍ଧ ଶତକୀୟ ଇଂନିସ୍ ଖେଳିଛନ୍ତି । କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୮୮ ରନର ପାର୍ଟନରସିପ୍ ହୋଇଛି । ଏହା ବାଦ ଚେତେଶ୍ବର ପୂଜାରାଙ୍କ ଉପଯୋଗୀ ୪୩ ରନ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି । ସେହିପରି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୨ ରନ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ୍ ମାର୍ସ ୨ଟି ଓ୍ବିକେଟ୍ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୋଶ୍ ହେଜେଲଉଡ, ପ୍ୟାଟ୍ କମିନସ୍ ଏବଂ ନାଥାନ ଲାୟନ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
