Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତୀୟ ୫ ଖେଳାଳୀଙ୍କୁ ବିସିସିଆଇର ଅନୁମତି, ଖେଳିବେ “ଦ ହଣ୍ଡ୍ରେଡ” ସିରିଜ

12/06/2021 at 4:15 PM

ନୂଆଦିଲ୍ଲୀ, ୧୨/୦୬ :ସାଧାରଣତଃ ବୋର୍ଡ ଅଫ କ୍ରିକେଟ କାଉଁନସିଲ ଅଫ ଇଣ୍ଡିଆ ବା ବିସିସିଆଇ ପକ୍ଷରୁ କୌଣସି ଖେଳାଳିଙ୍କୁ ବାହାର ଦେଶରେ ଖେଳିବାକୁ ଅନୁମତି ଦିଆଯାଏ ନାହିଁ l ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ନୂଆ ଏକ୍ସପେରିମେଣ୍ଟ “ଦ ହଣ୍ଡ୍ରେଡ” ସିରିଜର ଆରମ୍ଭ କରିବାକୁ ଯାଉଛି l ଏହି ସିରିଜରେ ୫ ଭାରତୀୟ ମହିଳା କ୍ରିକେଟର ଭାଗ ନେଉଥିବା ଜଣା ପଡ଼ିଛି l ଏହି ୫ ଜଣଙ୍କୁ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଛି l

ଏହି ଟୁର୍ନାମେଣ୍ଟର ଆୟୋଜନ ଗତ ବର୍ଷ ହେବାର ଥିଲା l କିନ୍ତୁ କରୋନା କାରଣରୁ ହୋଇପାରିଲା ନାହିଁ l ହେଲେ ଚଳିତ ବର୍ଷ ଜୁଲାଇ ୨୧ ତାରିଖରୁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାକୁ ଯାଉଛି l ଯେଉଁଥିରେ ଏକା ସାଥିରେ ମହିଳା ଏବଂ ପୁରୁଷଙ୍କ ଟୁର୍ନାମେଣ୍ଟ ଚାଲୁରହିବ l ଦୁଇ ବର୍ଗରେ ୮-୮ ଟିମ ରହିବେ l

ଏହି ସିରିଜରେ ବିଶ୍ୱର ୧ ନମ୍ବର ଟି୨o ଖେଳାଳି ଶେଫାଳି ବର୍ମା ବମୀନଂହମ ଫିନିକ୍ସ ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ l ତାଙ୍କୁ ନ୍ୟୁଜଲାଣ୍ଡର ସୋଫି ଡିଭାଇନଙ୍କ ବିକଳ୍ପ ଭାବେ ସାମିଲ କରାଯାଇଛି l ଅନ୍ୟପଟେ ଯୁବ ଷ୍ଟାର ଜୋମିମା ରୋଡରିଗ୍ସ ନର୍ଦନ ସୁପର ଚାର୍ଜର୍ସ ପାଇଁ ଖେଳିବେ l

ଭାରତୀୟ ଟିମର କ୍ୟାପଟେନ ହରମନପ୍ରିତ କୌର ମଞ୍ଚେଷ୍ଟର ଅରିଜିନାଲ୍ସ ପକ୍ଷରୁ ଖେଳିବେ l ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧାନା ସାଦର୍ଣ୍ଣ ବ୍ରେବ ପାଇଁ ଖେଳିବେ l ଅଲରାଉଣ୍ଡର ଦୀପ୍ତି ଶର୍ମା ଲଣ୍ଡନ ସ୍ପିରିଟ ଦଳରେ ସାମିଲ ହୋଇଛନ୍ତି l ଦ ହଣ୍ଡ୍ରେଡ ପୂର୍ବରୁ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ୧୬ ଜୁନରୁ ୧୫ ଜୁଲାଇ ମଧ୍ୟରେ ୧ ଟେଷ୍ଟ, ୩ ୱାନଡେ ଏବଂ ୩ ଟି-୨o ଖେଳିବ l

   Related Posts