Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭାରତୀୟ ସେନାର ପ୍ରତିଶୋଧ, ଅଭିନନ୍ଦନଙ୍କୁ ଗିରଫ କରିଥିବା ପାକ୍ କମାଣ୍ଡୋଙ୍କ ଭାରତୀୟ ସେନା ଗୁଳିରେ ମୃତ୍ୟୁ

20/08/2019 at 9:30 PM

ନୂଆଦିଲ୍ଲୀ .- ପାକିସ୍ତାନର ବାୟୁସେନା ବିମାନଙ୍କୁ ଘଉଡାଇବା ଅବସରରେ ପାକିସ୍ତାନ ବାୟୁସେନା କ୍ଷେତ୍ରରେ ଭାରତର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପ୍ରବେଶ କରିଥିଲେ । ଏହାପରେ ତାଙ୍କର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ସୁରକ୍ଷିତ ଭାବେ ନିଜ ଜେଟ୍‌ରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ । ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା । ପାକିସ୍ତାନସେନାର କମାଣ୍ଡୋ ସୁବେଦାର ଅହମ୍ମଦ ତାଙ୍କୁ ଗିରଫ କରିଥିଲେ। କାଶ୍ମୀର ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିବା ବେଳେ ଭାରତୀୟ ସେନାର ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଭାରତୀୟ ସେନାର ଗୁଳି ମାଡରେ ପାକିସ୍ତାନୀ କମାଣ୍ଡୋ ଅହମ୍ମଦ ଖାନଙ୍କର ମୃତ୍ୟୁ ହୋଇଛି । ସେ ପାକିସ୍ତାନର ସ୍ୱତନ୍ତ୍ର ବାହିନୀରେ କାର୍ଯ୍ୟ କରୁଥିଲେ ।

ଅହମ୍ମଦ ଖାନ୍‌ଙ୍କର ମୁଖ୍ୟ କାମଥିଲା କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା । କାଶ୍ମୀର ପ୍ରସଙ୍ଗରେ ଭାରତ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିବା ପରେ ପାକିସ୍ତାନ ବିଚଳିତ ହୋଇ ପଡିଛି। କାଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ସହ ସେଠାରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାଇଁ ପାକିସ୍ତାନ ସରକାର ଉଦ୍ୟମ କରି ଆସିଛନ୍ତି ।

ଏବେ ପାକିସ୍ତାନରେ ଅର୍ଥବ୍ୟବସ୍ଥା ବିଗିଡିଯାଇଥିବା ବେଳେ ସେ କେବଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକିସ୍ତାନ । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି।

   Related Posts