Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀଙ୍କ ୯୬ ବର୍ଷ ବୟସରେ ପରଲୋକ, ବିଶିଷ୍ଟ ସେବା ପଦରେ ହୋଇଛନ୍ତି ସମ୍ମାନିତ

21/10/2020 at 8:17 PM

ବେଙ୍ଗାଲୁରୁ ୨୧।୧୦: ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଓ୍ଵିଙ୍ଗ କମାଣ୍ଡର ବିଜୟଲକ୍ଷ୍ମୀ ରମଣନଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ବିଜୟଲକ୍ଷ୍ମୀ ରମଣନ ବାୟୁସେନାରେ ନିଜର ସେବା ଦେବା ପରେ ୧୯୭୯ରେ ଚାକିରିରୁ ଅବସର ନେଇଥିଲେ। ତାଙ୍କୁ ୧୯୭୭ରେ ବିଶିଷ୍ଟ ସେବା ପଦରେ ସମ୍ମାନିତ କରାଯାଇଥିଲା।

ବିଜୟଲକ୍ଷ୍ମୀ ରମଣନଙ୍କ ଜ୍ଵାଇଁ ଏସଏଲବି ନାରାୟଣ ତାଙ୍କ ମୃତ୍ୟୁ ଖବରର ସୂଚନା ଦେଇଛନ୍ତି। ସେ କହିଛନ୍ତି ରବିବାର ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ନିଜ ପୁଅଙ୍କ ଘରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ବିଜୟଲକ୍ଷ୍ମୀ ରମଣନଙ୍କ ଜନ୍ମ ୧୯୨୪ ଫେବୃଆରୀରେ ହୋଇଥିଲା। ୧୯୪୩ ମସିହାରେ ମାଦ୍ରାସ ମେଡିକାଲ କଲେଜ୍‌ରୁ ସେ ଏମବିବିଏସରେ ଡିଗ୍ରୀ ହାସଲ କରିଥିଲେ। ମେଡିସିନ ପାଇଁ ବାଲଫୋର ମେମୋରିୟଲ ମେଡାଲ ଓ ସର୍ଜରୀ ପାଇଁ ମାଦ୍ରାସ ଭିବି ପୁରସ୍କାର ମିଳିଥିଲା।

ଏମବିବିଏସର ଡିଗ୍ରୀ ହାସଲ ପରେ ସେ ପ୍ରସୂତୀ ଓ ସ୍ତ୍ରୀ ରୋଗରେ ଏମଡିର ଡିଗ୍ରୀ ହାସଲ କରିଥିଲେ। ଏହା ପରେ ଚେନ୍ନାଇର ଏଗମୋର ମ୍ୟାଟରନିଟୀ ହସ୍ପିଟାଲରେ ସହାୟକ ସର୍ଜନ ଭାବେ କାମ କରିଥିଲେ। ଏହା ପରେ ୧୯୫୫ରେ ସେନାର ମେଡିକାଲ କୋରରେ ସମାମିଲ ହୋଇଥିଲେ। ସେହି ଦିନ ତାଙ୍କୁ ବାୟୁସେନାକୁ ସ୍ଥାନାନ୍ତର କରାଯାଇଥିଲା।

ବାୟୁସେନାର ବିଭିନ୍ନ ହସ୍ପିଟାଲରେ ସେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାମ କରିଥିଲେ। ସେ ଯୁଦ୍ଧ ସମୟରେ ଆହତ ସୈନିକଙ୍କ ମଧ୍ୟ ଚିକିତ୍ସା କରିଛନ୍ତି। ବିଜୟଲକ୍ଷ୍ମୀ ରମଣନଙ୍କୁ ୧୯୭୧ରେ ସ୍ଥାୟୀ କମିସନ ପ୍ରଦାନ କରାଯାଇଥିଲ। ୧୯୭୨ ଅଗଷ୍ଟରେ ଓ୍ଵିଙ୍ଗ କମାଣ୍ଡର ପାହ୍ୟାରେ ପଦନ୍ନୋତି ମିଳିଥିଲା। ପାଞ୍ଚ ବର୍ଷ ପରେ ୧୯୭୭ରେ ତାଙ୍କୁ ବିଶିଷ୍ଟ ସେବା ପଦକ ମିଳିଥିଲା। ଦୀର୍ଘ ୨୪ ବର୍ଷ ବାୟୁସେନାର ସେବା କରିବା ପରେ ୧୯୭୯ ଫେବୃଆରୀରେ ସେ ଅବସର ଗ୍ରହଣ କରିଥିଲେ।

   Related Posts