Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତରେ ଆକ୍ରମଣପାଇଁ ପାଣି ତଳେ ଆତଙ୍କବାଦୀଙ୍କୁ ଦିଆଯାଉଛି ତାଲିମ୍‌-ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ

26/08/2019 at 8:32 PM

ପୁନେ- ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ଜୈଶ-ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନଙ୍କୁ ପାଣି ତଳେ ତାଲିମ ଦେଉଛି। ଜୈଶ-ଇ-ମହମ୍ମଦର ଏହି ଆତଙ୍କବାଦୀମାନଙ୍କୁ ଭାରତୀୟ ନୌସେନା ଉପରେ ଆକ୍ରମଣ ପାଇଁ ତାଲିମ ଦିଆଯାଉଛି ବୋଲି ନୌସେନା ମୁଖ୍ୟ ସୂଚନା ଦେଇଛନ୍ତି । ଏଥିପାଇଁ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ।

ତଟୀୟ ସୁରକ୍ଷାରେ ନିୟୋଜିତ ଥିବା ସମସ୍ତ ସୁରକ୍ଷା ବାହିନୀକୁ ଏଥିପାଇଁ ସଜାଗ କରାଯାଇଛି । ସମୁଦ୍ରପଥରେ ଯେମିତି କିଛି ଅନୁପ୍ରବେଶ ହୋଇ ପାରିବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।
ଏ ବିଷୟରେ ଗୁଇନ୍ଦା ସୂଚନା ମିଳିଥିବା କଥା ସେ ପ୍ରକାଶ କରିଛନ୍ତି । ଜୈଶ-ଇ-ମହମ୍ମଦ ଏଥିପାଇଁ ପାକିସ୍ତାନରେ ଏକ ସ୍ୱତନ୍ତ୍ର ତାଲିମ କେନ୍ଦ୍ର ଖୋଲିଛି । ଏପରି କୌଣସି ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ସେ ପ୍ରକାଶ କରିଛନ୍ତି।
ଆତଙ୍କବାଦର ରୂପରେଖ ବଦଳୁଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏ କଥା କହିଛନ୍ତି । ୨୬/୧୧ରେ ମୁମ୍ବାଇ ମଧ୍ୟକୁ ଆତଙ୍କବାଦୀମାନେ ଜଳପଥରେ ପ୍ରବେଶ କରିଥିଲେ । ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ସେମାନେ ଆରବ ସାଗର ଭିତରେ ମୁମ୍ବଇରେ ପ୍ରବେଶ କରିଥିଲେ । ଭାରତୀୟ ନୈସେନା ଭାରତର ଜଳପଥରେ ସୀମା ସୁରକ୍ଷା ପାଇଁ ନିୟୋଜିତ ହୋଇଛି।

ପୁନେରେ ଭାରତ ମହାସାଗର ତଟୀୟ ସୁରକ୍ଷାରେ ହେଉଥିବା ପରିବର୍ତ୍ତନ ସନ୍ଦର୍ଭରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆୟୋଜିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ଏ ବିଷୟରେ ସୂଚନା ଦେଇଛନ୍ତି ।

   Related Posts