ଯାଜପୁର ଦଶରଥପୁର ଅର୍ଦାଳୁଆ ଗାଁର ହିରାମଣି ସମସ୍ୟା କହି ପ୍ରଶାସନ ନିକଟରେ ଗୁହାରି କରି ଖାଲି ଆଶ୍ୱସନା ମିଳିଛି । ହିରାମଣି ବିଏ ପାସ୍ କରିଛନ୍ତି। ସ୍ୱାମୀ ପରିତ୍ୱକ୍ତ ହବା ପରଠୁ ନିଜ ମାଁଙ୍କ ରହି ଆସୁଛନ୍ତି। ୭୦ ବର୍ଷିୟା ମା ଯକ୍ଷ୍ମାରେ ପିଡ଼ୀତ। ଅର୍ଥ ଅଭାବରୁ ସେ ତାଙ୍କ ମାଙ୍କ ଚିକିତ୍ସା କରିପାରୁ ନାହାନ୍ତି। ପଲିଥିନ ତଳେ କାଟୁଛନ୍ତି ଜୀବନ। ତାଙ୍କର ୪ବର୍ଷର ଝିଅଟିଏ। ଆସରାଏ ବର୍ଷା ହେଲେ ଜଳବନ୍ଦୀ । ଭୋକ ଉପାସରେ ରହୁଛନ୍ତି ୩ ପ୍ରାଣୀ। ଗାଁ ଲୋକଙ୍କ ସାହାଯ୍ୟରେ ଚଳୁଛନ୍ତି। ପଲିଥିନ ଗୁଡ଼ା ଙଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜିଛନ୍ତି। ପ୍ରଶାସନ ପାଖରେ ଗୁହାରୀ କରି ମଧ୍ୟ ଫଳ ଶୂନ।