ଭଦ୍ରକ ଭଣ୍ଡାରୀ ପୋଖରୀ ମାଲଦା ଠାରେ ଖୁଦୁରୁକୁଣୀ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
24/09/2018 at 10:29 PM

ଭଦ୍ରକ ୨୪/୯: ଖୁଦୁରୁକୁଣୀ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ମୃଦୁ ଲାଠି ଚାଳନା ବେଳେ ପୋଲିସ୍ ଉପରେ ପାଲଟା ଆକ୍ରମଣ । ଗଣ୍ଡଗୋଳକାରୀଙ୍କ ଢେଲା ମାଡ଼ରେ ୫ ପୋଲିସ୍ କର୍ମଚାରୀ ଆହତ । ଭଦ୍ରକ ଭଣ୍ଡାରୀ ପୋଖରୀ ମାଲଦା ଠାରେ ଆଜି ସନ୍ଧ୍ୟାରେ ଏମିତି ଘଟିଛି । ଭସାଣୀ ବେଳେ ଡିଜେ ନବାଜିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ୍ ପ୍ରଥମେ ବୁଝାଶୁଝା କରାଇଥିଲା । କିନ୍ତୁ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ମୃଦୁ ଲାଠି ଚାଳନା କରିଥିଲା । ତେବେ ଉତ୍ୟକ୍ତ ଲୋକମାନେ ପୋଲିସ୍ ଉପରକୁ ଢେଲା ମାଡ଼ କରିଛନ୍ତି । କାହାର ମୁଣ୍ଡ ତ କାହାର ମୁହଁ ଫାଟି ଯାଇଛି । ଆହତ ୫ ଜଣଙ୍କ ମଧ୍ୟରୁ ବୃନ୍ଦାବନ ପଣ୍ଡା, ଅଶ୍ବିନୀ ଦାସ ଏବଂ ସଞ୍ଜୟ ଗିରିଙ୍କୁ ଭଣ୍ଡାରୀ ପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021