Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଲାଠି ଚାର୍ଜ ଘଟଣାରେ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

17/09/2019 at 10:13 PM

ଭଦ୍ରକ ୧୭।୦୯- ଭଦ୍ରକ ପୁରୁଣା ବଜାର ଅଂଚଳ ରେ ପୋଲିସ ର ଲାଠି ଚାର୍ଜ ଘଟଣା ରେ ଦୁଇ ଜଣ ପୁଲିସ କର୍ମଚାରୀ ନିଲମ୍ବିତ । ଭଦ୍ରକ ଏସ୍‌ପି ଏହି କର୍ମାଚାରୀମାନଙ୍କୁ ନିଲମ୍ବିତ କରିଛନ୍ତି ।


ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଂଚଳ ରେ ଥିବା ଏକ ମଝାର ନିକଟ ରେ ଚାଦର ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ପୁରୁଣାବଜାର ଥାନା ଆଇଆଇସି ଦୁର୍ବ୍ୟବହାର କରିବା ସହ ଚାଦର ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ପରେ ଘଟଣାସ୍ଥଳ ରେ ଉତ୍ତେଜନା ପ୍ରକାଶ ପାଇଥିଲା ।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୃଦୁ ଲାଠି ଚାର୍ଜ କରିଥିଲା ।


ପରେ ଘଟଣାସ୍ଥଳରେ ପୋଲିସ ଆଇଜି ଓ ଭଦ୍ରକ ଏସପି ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ । ପୁରୁଣାବଜାର ଥାନା ଆଇଆଇସିଙ୍କୁ ତତ୍‌କାଳ ବଦଳି କରାଯାଇଥିଲା ।


ଭଦ୍ରକ ଏସପି ଘଟଣା ର ତଦନ୍ତ କରି ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି । ମାତ୍ର ପୋଲିସ ଉପରକୁ ଢେଲା ମାଡ କରିଥିବା ଓ ପୁଲିସ ଜିପ୍‌କୁ ଗୋଇଠ ମାରିଥିବା ଦୁର୍ବୃତ୍ତଙ୍କ ସହ ଆକ୍ରମଣ କରିଥିବା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts