Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଭଞ୍ଜବଂଶର ଉତ୍ପତ୍ତି କେମିତି ଜାଣନ୍ତୁ !!!

8/05/2018 at 7:49 AM

ଅନେକ କଥା ଅଛି, ଯାହାର ରହସ୍ୟ ଛୁଇଁପାରିନି ଇତିହାସ । ଅଥଚ କିମ୍ବଦନ୍ତୀରେ ତାହା ଜନମାନସକୁ ଧରି ରଖିଛି ବର୍ଷବର୍ଷ ଧରି । ଓଡିଶା ଇତିହାସରେ ସେମିତି ଏକ ଅଜ୍ଞାତ ଅଧ୍ୟାୟ , ଯାହାକୁ ନେଇ ଆଜି ବି ଗବେଷକ ମାନେ ଅନିଶ୍ଚିତତା ଆଉ ଦ୍ୱନ୍ଦ୍ୱରେ । ଆମେ ପୁରାଣ, କିମ୍ବଦନ୍ତୀ ଓ ଲୋକକଥାରୁ ଶୁଣିଛେ ,କାନ ବାଟରେ କର୍ଣ୍ଣଙ୍କର ଜନ୍ମ , ଗଣେଶଙ୍କର ସ୍ୱରୂପ, ଭଗବାନଙ୍କ ଚାରି ଅବତାର ମୀନ, କତ୍ସପ,ବରାହ ,ନୃସିଂହ ,ନବଗୁଞ୍ଜର ରୂପ ,ମତ୍ସ୍ୟକନ୍ୟା ଏବଂ ବିଭିନ୍ନ ଦେବଦେବୀଙ୍କ ପଶୁପକ୍ଷୀ ବାହନ , ଆଉ ଭକ୍ତଙ୍କ କଥା ଓ କାହାଣୀ । କିନ୍ତୁ ଓଡିଶାରେ ଭଞ୍ଜ ରାଜବଂଶର ପ୍ରତିଷ୍ଠା ଇତିହାସ ଏକ ଅଦ୍ଭୁତ ସୂଚନା ଦେଇଥାଏ । ଏହି ବଂଶର ପ୍ରତିଷ୍ଠାତା ଆଦିଭଞ୍ଜ ବୀରଭଦ୍ର ଏକ ମୟୂରୀ ଅଣ୍ଡାରୁ ଜନ୍ମଲାଭ କରିଥିଲେ । ପଞ୍ଚମରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ରାଜ୍ୟର ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଏହି ବଂଶ ତା’ର ପ୍ରଭାବ ବିସ୍ତାର କରିଥିଲା । ଏସବୁ ଭୁଖଣ୍ଡ ବର୍ତ୍ତମାନର ମୟୂରଭଞ୍ଜ, କେନ୍ଦୁଝର, ଦଶପଲ୍ଲା , ସୁବର୍ଣ୍ଣପୁର ଓ ଗଞ୍ଜାମର ଅଂଶ ବୋଲି କୁହାଯାଇ ପାରିବ । ମୟୂରୀ ଅଣ୍ଡାରୁ ଭଞ୍ଜ ରାଜବଂଶର ଉତ୍ପତ୍ତି ସହ ମୟୂରଭଞ୍ଜ ଜିଲା ନାମକରଣ ମଧ୍ୟରେ ଐତିହାସିକ ସାମଞ୍ଜସ୍ୟ ରହିଥିବା ମଧ୍ୟ ଅନୁମାନ କରାଯାଏ ।

Leave a Reply

   Related Posts