Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଙ୍କ ଷ୍ଟ୍ରାଇକ୍! କଳାବ୍ୟାଜ ପିନ୍ଧି ଆନ୍ଦୋଳନ କଲେ କର୍ମଚାରୀ

31/08/2019 at 6:58 PM

ନୂଆଦିଲ୍ଲୀ ୩୧।୮- ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ପରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କର ପ୍ରତିବାଦ । ବିଲୟ ହୋଇଥିବା ବ୍ୟାଙ୍କ ଗୁଡ଼ିକର କର୍ମଚାରୀ ମାନେ ଆଜି କଳାବ୍ୟାଜ୍ ପିନ୍ଧି ଧାରଣା ଦେଇଛନ୍ତି ।ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ଦ୍ବାରା ସତ୍ତା ହରାଉଥିବା ବ୍ୟାଙ୍କର କର୍ମଚାରୀ ଏବଂ ଗ୍ରାହକ ମାନେ ଆଗକୁ ସମସ୍ୟାର ସାମ୍ନା କରିବେ ବୋଲି ଚର୍ଚ୍ଚା ହେଉଛି ।ଏହି ପ୍ରକ୍ରିୟା ଖୁବ ଜଟିଳ ଏବଂ ସମୟସାପେକ୍ଷ ବୋଲି ଅର୍ଥନୀତିଜ୍ଞ ମାନେ କହିଛନ୍ତି । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କର ମିଶ୍ରଣ ହୋଇ ୪ଟି ବଡ଼ ବ୍ୟାଙ୍କରେ ପରିଣତ ହେବା ନେଇ ଘୋଷଣା କରିଥିଲେ ।

ହାତରେ କଳାବ୍ୟାଜ୍ ।ପ୍ରତିବାଦକୁ ବ୍ୟାଙ୍କ କର୍ମଚାରୀ ଓହ୍ଲାଇଛନ୍ତି ।କେନ୍ଦ୍ର ସରକାର ଦେଶର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରି ୪ଟି ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିବା ପରେ ଏହାକୁ ନେଇ ଆନ୍ଦୋଳନ ତେଜିଛି ।ଏହି ମିଶ୍ରଣ ଦ୍ବାରା କେନ୍ଦ୍ର ସରକାର ୬ଟି ବଡ଼ ବ୍ୟାଙ୍କକୁ ବନ୍ଦ କରିଦେଇଛନ୍ତି ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ପକ୍ଷରୁ କୁହାଯାଇଛି ।

ଯେଉଁ ୬ଟି ବ୍ୟାଙ୍କର ବିଲୟ ହେଲା ସେ ଗୁଡ଼ିକୁ ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ଗଢ଼ି ତୋଳିବା ପାଇଁ ବର୍ଷ ବର୍ଷର ପରିଶ୍ରମ ବୃଥା ହୋଇଛି ବୋଲି କର୍ମଚାରୀ ମହାସଂଘ ପକ୍ଷରୁ କୁହାଯାଇଛି।୨୦୦୮ରେ ସାରା ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଭାରତରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଯୋଗୁଁ ବିଶେଷ ପ୍ରଭାବ ପଡ଼ିନଥିଲା ।ଆଜି କଳାବ୍ୟାଜ ପିନ୍ଧି କର୍ମଚାରୀ ମାନେ ପ୍ରତୀକାତ୍ମକ ଧାରଣା ଦେଇଥିବା ବେଳେ ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ବୈଠକ ପରେ କର୍ମଚାରୀ ସଂଘର ପରବର୍ତ୍ତୀ ରଣନୀତି ସ୍ଥିର ହେବ ।

   Related Posts