Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଫଳ ବିଭ୍ରାଟକୁ ନେଇ ଛାତ୍ର ଅଶାନ୍ତି

4/08/2018 at 8:34 AM

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପରୀକ୍ଷା ଫଳ ବିଭ୍ରାଟକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହି ବିଶ୍ବବିଦ୍ୟାଳୟ ଦ୍ବାରା ସାତଟି ଜିଲ୍ଲାର ୧୧୭ ଟି ଡିଗ୍ରୀ କଲେଜ ଅନୁବନ୍ଧିତ ହୋଇଥିବା ବେଳେ ପାଖାପାଖି ୨୨ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ ବର୍ଷ ଜୁନ୍ ୨୭ରୁ ଜୁଲାଇ ୧୪ ତାରିଖ ମଧ୍ୟରେ ପରୀକ୍ଷା ଦେଇଥିଲେ। ଗତମାସ 19 ତାରିଖରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟାର୍ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ପରୀକ୍ଷା ଫଳ ବିଭ୍ରାଟ ହୋଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ। ଏ ନେଇ ଛାତ୍ରଛାତ୍ରୀ ମାନେ ନ୍ୟାୟ ପାଇବା ଦାବୀରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଡିଏସ୍ଓ ଆନ୍ଦୋଳନକୁ ସମର୍ଥନ କରିଥିଲା। ୬ଟି ବିଷୟରେ ଛାତ୍ରଛାତ୍ରୀଙ୍କ କମ୍ ନମ୍ବର ଆସିଥିବା ଅଭିଯୋଗ କରିଛନ୍ତି। କେତୋଟି ପେପର୍ ରେ ଶୂନ ମାର୍କ ଆସିଥିବା ବେଳେ ଅନ୍ୟ କେତୋଟି ପେପର୍ ରେ ମାର୍କ କମ୍ ଆସିଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଗତକାଲି ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା କରିଥିଲେ। ଏନେଇ ଉଚ୍ଚଶିକ୍ଷା ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବିଶ୍ବବିଦ୍ୟାଳୟ ଗସ୍ତ କରି ପରୀକ୍ଷା ଫଳର ଯାଞ୍ଚ କରିବେ। ଯାଞ୍ଚ ପରେ ଛାତ୍ରଛାତ୍ରୀ ଙ୍କୁ କି ପ୍ରକାର ନ୍ୟାୟ ପ୍ରଦାନ କରାଯିବ ତାହା ତଦନ୍ତକାରୀ ଟିମ୍ର ନିର୍ଦ୍ଦେଶ ଉପରେ ନିର୍ଭର କରିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

   Related Posts