ବ୍ରହ୍ମପୁର ବଡ଼ ମେଡିକାଲ ସର୍ଜରୀ ବିଭାଗରେ ଚାଲିଛି କାହ୍ନାର ଚିକିତ୍ସା
20/07/2018 at 11:26 PM

ବ୍ରହ୍ମପୁର ବଡ଼ ମେଡିକାଲ ସର୍ଜରୀ ବିଭାଗରେ ଚାଲିଛି କାହ୍ନାର ଚିକିତ୍ସା। ୩୨୮ ନମ୍ୱର ବେଡ୍ରେ ଅଛନ୍ତି ଦୂରାରୋଗରେ ଆକ୍ରାନ୍ତ ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଗାୟୋଗଣ୍ଡାର କାହ୍ନା। ନ୍ୟୁଜ7ରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛି। ମାଗଣାରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ସପ୍ତାହେ ଅବଜରବେସନରେ ରହିବା ପରେ ଆସନ୍ତା ଗୁରୁବାର ଅସ୍ତ୍ରପ୍ରଚାର କରାଯିବ ବୋଲି ପ୍ଲାଷ୍ଟିକ ଓ ସର୍ଜରି ବିଭାଗର ପ୍ରଫେସର କହିଛନ୍ତି।