Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବ୍ରହ୍ମପୁର ପୁଲିସ ଜାଲରେ ବେଆଇନ ରୁପା ବ୍ୟବସାୟୀ

17/07/2018 at 11:15 PM

ବ୍ରହ୍ମପୁରରେ ବେଆଇନ ବ୍ୟାବସାୟ। ମାନେ ଏଣେ ତେଣେ ବ୍ୟବସାୟ ନୁହେଁ। ଚାଲିଛି ବେଆଇନ ରୁପା ବ୍ୟବସାୟ। ଗୋସାଣିନୂଆ ଗାଆଁ ଥାନା ଅନ୍ଧପସରା ରାସ୍ତାରେ ଗତକାଲି ରାତିରେ ଚେକିଂ ଚାଲିଥିବା ସମୟରେ ପୁଲିସ୍ ହାବୁଡରେ ପଡିଥିଲା ବେଆଇନ୍ ରୁପା ବ୍ୟବସାୟର ଅନ୍ଧାରୀ ବ୍ୟବସାୟୀ। ୩୧୫ କିଲୋ ଗ୍ରାମ୍ ରୁପା ଅଳଙ୍କାର ଠାବ କରିଥିଲା ପୁଲିସ। ବିନା ବିଲ୍‌ରେ ଏତେ ପରିମାଣର ରୁପା ଅଳଙ୍କାର କେମିତି ଆଣିଥିଲା ବ୍ୟବସାୟୀ ଜଣକ। ସେ ନେଇ ପୁଲିସ କରୁଛି ତଦନ୍ତ। ଆଗ୍ରାରୁ ଭାୟା ଭୁବନେଶ୍ୱର ଦେଇ ବ୍ରହ୍ମପୁର ଆସିଥିବା ଜଣାପଡିଛି। ଠାବ କରାଯାଇଥିବା ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୁଲିସ କହିଛି। ବିନା ବିଲ୍‌ରେ ଏତେ ରୁପା ଅଳଙ୍କାର କେମିତି ବ୍ୟବସାୟୀ ଜଣକ ଆଣୁଖିଲେ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଜାତ ହୋଇଛି। ଏହି ଘଟଣାରେ ଗୋସାଣିନୂଆଗାଆଁ ପୁଲିସ ବ୍ୟବସାୟୀ ଦିବାକର ଆଚାରୀ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ବ୍ୟବସାୟର ଟିକସ ଫାଙ୍କୁଥିବା ଜଣାପଡିଛି। ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଥାନାରେ ପହଞ୍ଚି ବ୍ୟବସାୟର ହିସାବ ନିକାସ କରିଛନ୍ତି। ଟିକସ ବାବଦରେ କେତେ ଟଙ୍କା ଜରିମାନା ଦେବାକୁ ହେବ ସେ ନେଇ ବିଭାଗୀୟ ଅଧିକାରୀ ତଦନ୍ତ କରିଛନ୍ତି। ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍.ପି ତ୍ରିନାଥ ପଟେଲ୍।

   Related Posts