ବ୍ରହ୍ମପୁର ପାଲୁର ବଙ୍ଗଳାଷ୍ଟ୍ରିକରୁ ନକଲି ଟଙ୍କା କାରଖାନା ଠାବ
9/07/2018 at 10:30 PM

ନକଲି ଟଙ୍କାକୁ ନେଇ ବ୍ରହ୍ମପୁରବାସୀ ଆତଙ୍କିତ। ଗତକାଲି ଭୁବନେଶ୍ବର ପୁଲିସ୍ ବ୍ରହ୍ମପୁର ପାଲୁର୍ ବଙ୍ଗଳା ଅଞ୍ଚଳରେ ଚଢାଉ କରି ନକଲି ଟଙ୍କା କାରଖାନା ଠାବ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହାକୁ ନେଇ ଅଞ୍ଚଳବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି। କିଏ କେମିତି ନକଲି ଟଙ୍କା ପ୍ରସ୍ତୁତ କରୁଥିଲେ ସେ ନେଇ ଅଞ୍ଚଳବାସୀ କିଛି ଜାଣିନଥିବା କହିଛନ୍ତି। ଭଡାଘରେ ଅଭିଯୁକ୍ତମାନେ ରହି ଏଭଳି କାଣ୍ଡ କରିଥିବା ବେଳେ ସେ ସଂପର୍କରେ କୌଣସି କିଛି ଜାଣିନଥିବା ଅଞ୍ଚଳବାସୀ କହିଛନ୍ତି। ଏ ଦିଗରେ ପୁଲିସ୍ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି। ସେପଟେ ବ୍ରହ୍ମପୁର ପୁଲିସ୍ ଏ ଘଟଣାର ଅଧିକ ତଦନ୍ତ ଛାନ୍ଭିନ୍ ଆରମ୍ଭ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଅନ୍ୟ କାହା ସହ ସଂପର୍କରେ ଅଛନ୍ତି କି ନାହିଁ, ଅନ୍ୟ କେଉଁ କେଉଁ ଅଞ୍ଚଳରେ ଏଭଳି କାର୍ଯ୍ୟକଳାପ ଚଲାଇଛନ୍ତି କି ନାହିଁ ସେ ନେଇ ଅଧିକ ତଦନ୍ତ କରାଯିବ। ତଦନ୍ତରେ କୌଣସି ସୁରାକ୍ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍.ପି ଶାନ୍ତୁନୁ ଦାସ।