Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବ୍ରହ୍ମପୁର ଢିପସାହି ନିକଟ ଆନନ୍ଦ ନଗର ବୋମାମାଡ ଘଟଣାରେ ପୁଲିସର ତଦନ୍ତ ଜୋରଦାର

9/07/2018 at 10:35 PM

ବ୍ରହ୍ମପୁର ଢିପସାହିରେ ଦିନବେଳେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅପରାଧୀ କରିଛନ୍ତି ଆତଙ୍କରାଜ। ପୁଲିସ୍‌କୁ ଦେଇଛନ୍ତି ଚ୍ୟାଲେଞ୍ଜ୍। ଚଳନ୍ତା କାର୍‌ଉପରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଚଳନ୍ତା କାର୍‌ଉପରକୁ କରିଛନ୍ତି ବୋମାମାଡ। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ପୁଲିସ୍ ବିଫଳ ହୋଇଛି। ତଦନ୍ତକୁ ଅଧିକ ତ୍ବରାନ୍ବିତ କରିବାକୁ ୪ଟି ସ୍ବତନ୍ତ୍ର ପୁଲିସ୍ ଟିମ୍ ଗଠନ କରିଛନ୍ତି। ବ୍ରହ୍ମପୁରରେ ଦୁଇଟି ଟିମ୍ ତଦନ୍ତ କରୁଥିବା ବେଳେ ବ୍ରହ୍ମପୁର ବାହାରକୁ ଆଉ ଦୁଇଟି ଟିମ୍ ଗସ୍ଥ କରି ତଦନ୍ତ କରୁଥିବା ପୁଲିସ୍ କହିଛି। ଏହାରି ଭିତରେ ପୁଲିସ୍ ସିସିଟିଭି ଭିଜୁଆଲ୍‌କୁ ଜବତ କରି ତଦନ୍ତ ଚଳାଇଛି। ସିସିଟିଭି ଭିଜୁଆଲ୍ ଆଧାରରେ ଅଧିକ କତଦନ୍ତ କରୁଥିବା ବେଳେ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ପୁଲିସ୍ କହିଛି। ତେବେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଅତିରିକ୍ତ ଏସ୍.ପି ତ୍ରିନାଥ ପଟେଲ୍ କହିଛନ୍ତି।

   Related Posts