Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବ୍ରହ୍ମପୁରର ବହୁ ପୁରାତନ ନୀଳକଣ୍ଠେଶ୍ୱର ଶ୍ମଶାନର ନାମକରଣକୁ ନେଇ ବିବାଦ

26/06/2018 at 9:47 PM

ସିଲକ୍ ସିଟି ବ୍ରହ୍ମପୁର ସହର। ସହରର ସର୍ବ ପୁରାତନ ଶ୍ମଶାନ ହେଉଛି ନୀଳକଣ୍ଠେଶ୍ବର ଶ୍ମଶାନ। ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ସ୍ଥାପିତ ହୋଇଛି ଏହି ଶ୍ମଶାନ। କିନ୍ତୁ ଶ୍ମଶାନର ଉନ୍ନତିକରଣ କରିଛି ରୋଟାରୀ କ୍ଳବ୍। ଆଧୁନିକ କରଣ କରାଯାଇଛି। ତିନୋଟି ଶବଦାହ ସ୍ଥଳୀ ସହ ଅସ୍ଥି ଗଚ୍ଛିତ ଗୃହ, ପ୍ରାର୍ଥନା ଗୃହ, ଛୋଟ ଗ୍ୟାଲେରୀ ନିର୍ମାଣ କରାଯାଇଛି। ପିଇବା ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ଷା ଦାଉରୁ ରକ୍ଷା ପାଇବା ଶବଦାହ ସ୍ଥଳୀ ନିର୍ମାଣ କରାଯାଇଛି। ଏସବୁ ଉନ୍ନତି କରିଥିବାରୁ ନୀଳକଣ୍ଠେଶ୍ବର ଶ୍ମଶାନକୁ ନୀଳକଣ୍ଠେଶ୍ବର ରୋଟାରୀ ଶ୍ମଶାନ ନାମରେ ନାମିତ କରାଯାଇ ଆଜି ଏହାର ଶୁଭ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିଲା। ଏ ନେଇ ଗତକାଲି ଆଯୋଜିତ ସାମ୍ବାଦିକ ସମ୍ମିଳନୀରେ ରୋଟାରୀ କ୍ଲବ୍ ପକ୍ଷରୁ କୁହାଯାଇଥିଲା।
ରୋଟାରୀ କ୍ଲବ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ନୀଳକଣ୍ଠେଶ୍ବର ସେବା ପ୍ରତିଷ୍ଠାନ କମିଟି, ସଂସ୍କାରବାଦୀ ସଂଗଠନ ପ୍ରମୁଖ ସଂଗଠନ ପକ୍ଷରୁ କ୍ଳବ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଶ୍ମଶାନର ଉନ୍ନତିକରଣକୁ ସ୍ବାଗତ କରିଛନ୍ତି। କିନ୍ତୁ ନାମ ପରିବର୍ତ୍ତନକୁ ବିରୋଧ କରିଛନ୍ତି। କମିଟି ପକ୍ଷରୁ ବିରୋଧ କରି ଶ୍ମଶାନ ସମ୍ମୁଖରେ କଳାବ୍ୟାଜ ପରିଧାନ ସହ ଧାରଣା ଦେଇଥିଲେ। ସେପଟେ ନୀଳକଣ୍ଠେଶ୍ବର ଶ୍ମଶାନ ପୁରୁଣା ନାମରେ ହିଁ ରହିବ। ପୁରୁଣା ନାମକୁ ପରିବର୍ତ୍ତନ କରି ନୂତନ ନାମ ରହିବ ନାହିଁ ବୋଲି ରୋକ୍‌ଠୋକ୍ ଭାବେ କହିଛନ୍ତି ବି.ଏମ୍.ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍। ରୋଟାରୀ କ୍ଳବ୍ ଦ୍ବାରା ଉନ୍ନତି କରଣ କରାଯାଇଥିବା ବୋର୍ଡରେ ଲେଖା ରହିପାରିବ। କିନ୍ତୁ ନୀଳକଣ୍ଠେଶ୍ବର ରୋଟାରୀ ସ୍ବର୍ଗଧାମ ନାମକରଣ ହୋଇପାରିବ ନାହିଁ। ପୁରୁଣା ନାମ ହିଁ ରହିବ ବୋଲି କମିଶନର କହିଛନ୍ତି। ଲେଖାଥିବା ନୂତନ ନାମକୁ ହଟା ଯାଇ ପୁରୁଣା ନାମ ହିଁ ରହିଲା।

   Related Posts