ବିଷାକ୍ତ ଛତୁ ଖାଇ ୫ଗୁରୁତର, ମେଡିକାଲରେ ଭର୍ତ୍ତି
16/03/2020 at 8:58 AM

ଉଦଳା ୧୬।୦୩: ବିଷାକ୍ତ ଛତୁ ଖାଇ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଗର୍ଭବତୀ ଥିବା ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଭେଇ ଗାଁର ଘଟିଛି ଘଟଣା ।

ରବିବାର ସଂଧ୍ୟାରେ ଦିଲ୍ଲୀପ ସିଂଙ୍କ ପରିବାର ସଦସ୍ୟ ବାଡିରେ ହୋଇଥିବା ଛତୁ ତୋଳି ଆଣିଥିଲେ । ରାତିରେ ପରିବାରର ୫ ଜଣ ସଦସ୍ୟ ସେହି ଛତୁ ତରକାରୀ ଖାଇଥିଲେ । ଛତୁ ତରକାରୀ ଖାଇବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହିତ ଝାଡା ବାନ୍ତି ହୋଇଥିଲା । ପରିବାରର୫ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ଗୁରୁତରଙ୍କ ମଧ୍ୟରୁ ତିନି ଜଣଙ୍କୁ ଖୁଣ୍ଟା ଏବଂ ଦୁଇ ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ମହିଳା ରହିଛନ୍ତି । ତେବେ ଦୁଇ ଗର୍ଭବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗୁରୁତର ଥିବା ୫ ଜଣ ହେଲେ ବୁଦ୍ଧୁ ସିଂ, ଦିଲ୍ଲୀପ ସିଂ, ନିନି ସିଂ, ଶୁକୁରୁମଣୀ ସିଂ ଏବଂ ସବିତା ସିଂ ବୋଲି ଜଣାପଡିଛି ।