ବିଶ୍ୱକପ ହକି ପୁର୍ବରୁ କଳିଙ୍ଗ ଷ୍ଠାଡିୟମ ଚତୁର୍ପାଶ୍ବ ହେବ ଜବର ଦଖଲ ମୁକ୍ତ
18/07/2018 at 11:00 PM

ବିଶ୍ବକପ ହକି ପୁର୍ବରୁ ସଜେଇ ହେବ କଳିଙ୍ଗ ଷ୍ଡାଡିମୟ।କଳିଙ୍ଗଷ୍ଠାଡିୟମ ଚାରି ପାଖ ଜବର ଦଖଲ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ବିଏମସି ଓ ବିଡିଏ। କ୍ରୀଡା ବିଭାଗ ପକ୍ଷରୂ ନେଇ ଚିଠି ପରେ ଚେଇଁ ଉଠିଛି ବିମସି ଓ ବିଡିଏ। ବିଶ୍ବ କପ ହକି ନେଇ ଉଚ୍ଛେଦ ନେଇ ତତ୍ପର ହୋଇଛି ପ୍ରଶାସନ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଜାତୀୟ ରାଜପଥ କ୍ରାଉନ ହୋଟେଲ ସମ୍ମୁଖ ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।ଉଚ୍ଛେଦ ସମୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।୫ ପ୍ଲାଟୁ ପୋଲିସ ଫୋର୍ସ ସାଙ୍ଗକୁ ନୟାପଲ୍ଲୀ ଓ ସହିଦ ନଗର ପୋଲିସ ଉପସ୍ଥିତ ଥିଲେ। ବିଡିଏ ଓ ବିଏମସିର ଏନଫୋରସମେଣ୍ଟ ସ୍କାର୍ଡ ଏହି ଉଚ୍ଛେଦରେ ସାମିଲ ହୋଇଥିଲେ ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021