ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ଘଡଘଡି,ପବନ
17/05/2018 at 5:30 AM

ରାଜ୍ୟରେ କାଳବୈଶାଖୀଜନିତ ବର୍ଷା । ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ସହ ଘଡଘଡି, ପବନ ହୋଇଥିଲା । ଏହା ସହ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସହ କୁଆପଥର ମାଡ ହେବାର ସମ୍ଭାବନା ରହିଛି । ସେହିପରି ଦେଶର ଅଧିକାଂଶ ସ୍ଥାନରେ ଝଡତୋଫାନ ଆଶଙ୍କା ରହିଛି । ଓଡିଶା, ପଶ୍ଚିମ ବଙ୍ଗ ସମେତ ଉତ୍ତର ଓ ଉତ୍ତର ପୂର୍ବ ଏବଂ ଦକ୍ଷିଣ ଭାରତରେ ଘୂର୍ଣ୍ଣିଝଡ ସହ ବର୍ଷା ହେବ । ଏହି ସମୟରେ ୫୦ରୁ ୬୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।