ବିମା ଅର୍ଥ ମିଳୁନଥିବା ପ୍ରତିବାଦରେ ସମ୍ବଲପୁରଜିଲ୍ଲାର ଚାଷୀ ଜିଲ୍ଲାପାଳଙ୍କୁ ଘେରିଲେ
28/06/2018 at 10:44 PM

ସମ୍ବଲପୁର ଜିଲ୍ଲାରେ ଗତ ଖରିଫ ଋତୁରେ ଚାଷୀର ହଜାର ହଜାର ଏକର ଧାନଚାଷ, ଚକଡାପୋକର ଶିକାର ହୋଇଥିଲା। ସମ୍ବଲପୁରରେ ତିନିଜଣ ଚାଷୀ ଧାନଚାଷ ନଷ୍ଟ ହେବା ଯୋଗୁ, ଆତ୍ମହତ୍ୟା କରିଥିବା ବେଳେ, ବରଗଡରେ ୨୩ଜଣ ଚାଷୀ ନିଜ ଧାନକ୍ଷେତ ପୋଡି ଆତ୍ମହତ୍ୟା କରିଥିଲେ। ସେତେବେଳେ ଚାଷୀମାନଙ୍କ ରାଜ୍ୟ ସରକାର କହିଥିଲେ ଯେ, ଚକଡାପୋକରେ କ୍ଷତି ଚାଷକୁ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ୍ କରାଯାଇ, ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରାଯିବ। ହେଲେ ବର୍ଷେ ପରେ ମଧ୍ୟ ଚାଷୀମାନେ ବୀମାଅର୍ଥ ପାଇନଥିବାରୁ ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି। ରାଜ୍ୟ ସରକାର,ଜିଲ୍ଲାପ୍ରଶାସନ ଓ ବୀମା କମ୍ପାନୀ ଗୁଡିକ ଚାଷୀଙ୍କ ସହ ଖେଳୁଥିବାରୁ, ପଶ୍ଚିମଓଡିଶା କୃଷକ ସମନ୍ବୟ ସମିତି ଏହାର ତୀବ୍ର ପ୍ରତିବାଦ କରିବା ସହ,୧୦ହଜାରରୁ ଅଧିକ ଚାଷୀ, ୮ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିରଖିଥିଲେ