Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବିବାହର ଛଳନା କରି MBBS ଛାତ୍ରୀଙ୍କୁ ଆଇଏଏସ ଅଧିକାରୀଙ୍କ ଯୌନ ଶୋଷଣ: ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପୀଡ଼ିତା

15/06/2021 at 8:05 PM

ବୁଲନ୍ଦସହର, ୧୫/୦୬ : ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଲଭ, ସେକ୍ସ, ଧୋକା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଏମବିବିଏସ ଛାତ୍ରୀ ଗୁଜୁରାଟର କ୍ୟାଡର ଆଇଏଏସ ଅଧିକାରୀ ଗୌରଭ ଢଇୟାଙ୍କ ବିରୋଧରେ ବିବାହର ପ୍ରତିଶୃତି ଦେଇ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଗୌରଭ ଢଇୟା ବିରୋଧରେ ପୀଡିତା ଗୁରୁତର ଅଭିଯୋଗ ଆଣିଛନ୍ତି।

ଛାତ୍ରୀଙ୍କ କହିବାନୁସାରେ, ଆଇଏଏସ୍ ଅଧିକାରୀ ତାଙ୍କୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ ଯାହାକୁ ସେ ଗ୍ରହଣ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଗୌରଭ ତାଙ୍କ ସହ ଫେସବୁକ ମେସେଞ୍ଜରରେ ଚାଟ୍ କରୁଥିଲେ। ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା।ଅଭିଯୋଗ ହୋଇଛି ଯେ ଆଇଏଏସ୍ ଅଧିକାରୀ ଗୌରଭ ଛାତ୍ରୀଙ୍କୁ ଦିଲ୍ଲୀ ନେଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ତାଙ୍କର ଅଶ୍ଳୀଳ ଫଟୋ ଉଠାଇଥିଲେ। ପୀଡିତା ଏହାକୁ ବିରୋଧ କରିବାରୁ ଗୌରଭ ତାଙ୍କୁ ବିବାହ କରିବାକୁ ଛଳନା କରିଥିଲା।

ପ୍ରକୃତରେ ଆଇଏଏସ୍ ଅଧିକାରୀ ବିବାହିତ। ସେ ପୀଡିତାଙ୍କୁ ନିଜ ବିବାହ ବିଷୟରେ କିଛି କହି ନଥିଲେ। ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ଛାତ୍ରୀଙ୍କୁ ବିବାହ କରିଥିଲେ ଏବଂ ଦୁହେଁ ଏକାଠି ରହିବାକୁ ଲାଗିଲେ। ପରେ ପୀଡିତାଙ୍କ ଗୋଟିଏ ଝିଅ ଜନ୍ମ ହୋଇଥିଲା। ଏହାପରେ ଅଭିଯୁକ୍ତ ଗୌରଭ ପୀଡିତା ଓ ତାଙ୍କ ଝିଅକୁ ଛାଡି ଫେରାର ହୋଇଗଲେ। ପୀଡିତା ବର୍ତ୍ତମାନ ନିଜ ଝିଅକୁ ଧରି ନ୍ୟାୟ ପାଇଁ ବାର ଦୁଆର ଶୁଣ୍ଢୀ ପିଣ୍ଢା ହେଉଛନ୍ତି। ସେ ଆଇଏଏସ ଅଧିକାରୀଙ୍କ ଡିଏନଏ ଟେଷ୍ଟ ଦାବି କରୁଛନ୍ତି। ପୀଡିତା କହିଛନ୍ତି ଯେ ସେ ନ୍ୟାୟ ପାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହାସହ ନ୍ୟାୟ ନ ମିଳିଲେ ଇଚ୍ଛାମୃତ୍ୟୁ ପାଇଁ ଦାବି କରିଛନ୍ତି।

   Related Posts