Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ବିବାଦରେ ଗଞ୍ଜାମ ଜିଲ୍ଲା କ୍ରିକେଟ୍ ସଂଘ

7/06/2018 at 9:41 PM

ବିବାଦରେ ଗଞ୍ଜାମ ଜିଲ୍ଲା କ୍ରିକେଟ୍ ସଂଘ। ଦୁଇ ଗୋଷ୍ଠିର ବିବାଦ ଓ ପାତର ଅନ୍ତର ନୀତି ଯୋଗୁଁ ବଳି ପଡୁଛନ୍ତି ପ୍ରତିଭା ଖେଳାଳୀ। ସାଧାରଣରେ ଅସନ୍ତୋଷ।
ବିଭିନ୍ନ କ୍ରୀଡା ମଧ୍ୟରେ ବିଶେଷ କରି କ୍ରିକେଟ୍ ଖେଳର ସ୍ବତନ୍ତ୍ରତା ରହିଛି। ଦିନକୁ ଦିନ ଏହି ଖେଳ ପ୍ରତି ଅଧିକ ରୁଚି ବୃଦ୍ଧି ପାଉଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ବହୁ କ୍ରିକେଟ୍ ଖେଳାଳୀ ସୃଷ୍ଟି ହୋଇଛନ୍ତି। ରାଜ୍ୟ କ୍ରିକେଟ୍ ଟିମ୍ରେ ଏହି ଜିଲ୍ଲାରୁ ଅନେକ ଖେଳାଳୀ ଖେଳି ଦକ୍ଷତା ପ୍ରତିପାଦନ କରିଛନ୍ତି। ରଣ୍ଜୀ ଟିମ୍ରେ ସ୍ଥାନ ପାଇ ବହୁ ଖେଳାଳୀ ଖେଳିଛନ୍ତି। ଏବେ କିନ୍ତୁ ଗଞ୍ଜାମ ଜିଲ୍ଲା କ୍ରିକେଟ୍ ସଂଘର ସ୍ଥିତି ଟିକେ ଭିନ୍ନ ରହିଛି। ସଂଘକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠି ଗଞ୍ଜାମ ଜିଲ୍ଲା କ୍ରିକେଟ୍ ସଂଘର କର୍ମକର୍ତ୍ତା ବୋଲି ଦାବୀ କରୁଛନ୍ତି। କଳାହାଣ୍ଡି କ୍ରିକେଟ୍ ପାଇଁ ଖେଳାଳୀ ଚୟନ ବେଳେ ଏହି ବିବାଦ ପଦାକୁ ଆସିଥିଲା। ଉଭୟ ଗୋଷ୍ଠି ଖେଳାଳୀ ଚୟନ କରି ପୃଥକ୍ ପୃଥକ୍ ଟିମ୍ ପଠାଇଥିଲେ। ବିବାଦ ଯୋଗୁଁ ବହୁ ପ୍ରତିଭାବାନ୍ ଖେଳାଳୀ ଦଳରେ ସ୍ଥାନ ନପାଇ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ବହୁ ଅନଭିଜ୍ଞ ଖେଳାଳୀଙ୍କୁ ଦଳରେ ଚୟନ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଚଳିତ କଳାହାଣ୍ଡି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ରେ ଗଞ୍ଜାମ ଜିଲ୍ଲା କ୍ରିକେଟ୍ ଟିମ୍ ଲଜ୍ଜ୍ୟା ଜନକ ପରାଜୟ ବରଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଛି। କିନ୍ତୁ ଉଭୟ ଗୋଷ୍ଠି ନିଜର ସ୍ଥିତିକୁ ଜାହିର କରିବାକୁ ଯାଇ ନିୟମ ଅନୁଯାୟୀ ସବୁ କିଛି ଠିକ୍ ଅଛି ବୋଲି କହିଛନ୍ତି। ଆଉ ସିଧା ସଳଖ ଓ.ସି.ଏର ଗ୍ରୀନ୍ ସିଗ୍ନାଲ୍ ଅନୁଯାୟୀ ଦଳ ଚୟନ କରାଯାଇଥିଲା ବୋଲି କହିଛନ୍ତି। ଆସନ୍ତୁ ଶୁଣିବା ଦୁଇ ଗୋଷ୍ଠି କଣ କହୁଛନ୍ତି।

Leave a Reply

   Related Posts