Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିନିଯୋଗ କ୍ଷେତ୍ରରୁ ପାଖାପାଖି ଦୁଇ ଲକ୍ଷ କୋଟି ଟଙ୍କା ଉଠାଇବେ ସରକାର

1/02/2021 at 1:43 PM

ନୂଆଦିଲ୍ଲୀ,୦୧/୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌କୁ ଉପସ୍ଥାପନ କରିଛନ୍ତି । ଏହି ସମୟରେ ୨୦୨୧-୨୨ ମଧ୍ୟରେ ବିନିଯୋଗ ସାହାର୍ଯ୍ୟରେ ସରକାର ପାଖାପାଖି ଦୁଇ ଲକ୍ଷ କୋଟି ଟଙ୍କା ଉଠାଇବାକୁ ଲକ୍ଷ୍ୟ ରଖିଥିବା ଅର୍ଥମନ୍ତ୍ରୀ  କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ସରକାର ବିନିଯୋଗ ଲକ୍ଷ୍ୟ ଠାରୁ ବହୁତ ଦୂରରେ ରହିଛନ୍ତି । ବର୍ଷ ସରିବାକୁ ଆଉ ଦୁଇ ମାସ ଥିବା ବେଳେ ମାର୍ଚ୍ଚ ମାସ ସୁଦ୍ଧା ସରକାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇ ନପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଚଳିତ ବଜେଟ୍‌ରେ ନିବେଶ କ୍ଷେତ୍ରରୁ ୧.୭୫ ଲକ୍ଷ କୋଟି ଟଙ୍କା ଏକାଠି କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଯାହାକି ପୂର୍ବ ବର୍ଷ ରଖାଯାଇଥିବା ଲକ୍ଷ୍ୟ ଠାରୁ ପ୍ରାୟ ୩୫ ହଜାର କୋଟି ଟଙ୍କା କମ୍‌ । ଆଗାମୀ ଆର୍ଥିକ ବର୍ଷରେ ବିପିସିଏଲ୍‌, ଏୟାର ଇଣ୍ଡିଆ, କାନ୍‌କୋର ଏବଂ ଏସ୍‌ସିଆଇର ନିବେଶ ଉପରେ ମୋହର ଲାଗିବା ନେଇ କୁହାଯାଇଛି ।

ଏଲ୍‌ଆଇସିର ଆଇପିଓ ଆଗାମୀ ଆର୍ଥିକ ବର୍ଷରେ ଆଣିବା ଯୋଜନା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାଛଡ଼ା ସେୟାର୍‌ ବଜାରରେ ଉତ୍ସାହକୁ ଦେଖି କେନ୍ଦ୍ର ପବ୍ଲିକ୍‌ ସେକ୍ଟର ଏଣ୍ଟର୍‌ପ୍ରାଇଜେସ୍‌ର ଅଂଶକୁ ଅଫର ଫର ସେଲ୍‌ ଜରିଆରେ ବିକ୍ରି କରିବା ନେଇ ଆଶା କରାଯାଉଛି । ଅନ୍ୟାନ୍ୟ ଘରୋଇକରଣ ଚୁକ୍ତି ୨୦୨୨ ସୁଦ୍ଧା ପୂରଣ ହେବ ବୋଲି ଆଶଙ୍କା କରାଯାଉଛି ।

ବାସ୍ତବରେ, କରୋନା ସଙ୍କଟ ହେତୁ ବିନିଯୋଗ ପଥରେ ଅନେକ ବାଧା ବିଘ୍ନ ଆସିଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ଗତ ବଜେଟରେ ୨.୧ ଲକ୍ଷ କୋଟି ଟଙ୍କା ବିନିଯୋଗ କ୍ଷେତ୍ରରୁ ଆଦାୟ କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ କ୍ଷତ୍ରରେ ସେତେଟା ବୃଦ୍ଧି ପରିଲିକ୍ଷିତ ହୋଉନାହିଁ । ଯାହା ଜଣାପଡ଼ୁଛି ଏ ବର୍ଷ ପାଖାପାଖି ୩୦ ରୁ ୪୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସରକାର ଏହି କ୍ଷତ୍ରରୁ ଟଙ୍କା ଉଠାଇ ପାରିବେ । ପୂର୍ବ ପାଞ୍ଚ ବର୍ଷରେ ଏହା ସବୁଠାରୁ କମ୍‌ ।

   Related Posts