ବିଧାୟକ ଶବ କାନ୍ଧେଇଲେ
4/08/2018 at 2:03 AM

କେଉଁଠି ଶବକୁ ଛୁଇଁବାକୁ ଅମଙ୍ଗ ହେଉଛନ୍ତି ଲୋକେ,ଫଳରେ ୪ କାନ୍ଧ ନପାଇ କେତେବେଳେ ସାଇକେଲରେ ତା କେତେବେଳେ ଟ୍ରଲି ରେ ବୁହା ହେଉଛି ଶବ ।ଯାହାକୁ ନେଇ ବ୍ୟବସ୍ଥା ଓ ସମାଜ ଉପରେ ଉଠୁଛି ପ୍ରଶ୍ନ।ଏପରିସ୍ଥଳେ ଜଣେ ଭିକାରୁଣି ର ମୃତ୍ୟୁ ପରେ ତା ଶବ ସତ୍କାର କଥା ଚିନ୍ତା କରାଯାଇ ପାରେନା।ତଥାପି ଜଣେ ବିଧାୟକ ଦେଖାଇଛନ୍ତି ନିଜର ମହାନତା ।ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକର ଅମନାପାଲି ଗାଁ ରେ ଗତ 3 ବର୍ଷ ତଳୁ ରହୁଥିବା ଜଣେ ବେସାହାରା ମହିଳା ଗତକାଲି ମୃତ୍ୟୁବରଣ କରିବା ପରେ ତା ଶବକୁ ସତ୍କାର କରିବାକୁ କେହି ବାହାରି ନଥିଲେ।କୌଣସି ସୂତ୍ରରୁ ଖବର ପାଇ ରେଙ୍ଗାଲୀ ବିଧାୟକ ରମେଶ ପଟୁଆ ନିଜର ଦୁଇ ପୁଅଙ୍କୁ ସାଙ୍ଗରେ ଧରି ଅମନାପାଲି ରେ ପହଞ୍ଚି ମୃତକର ଶବକୁ ସତ୍କାର କରିବାକୁ ନିଜ କାନ୍ଧରେ ବୋହି ନେଇଥିଲେ ସ୍ମଶାନ ପର୍ଯ୍ୟନ୍ତ।ସେଠାରେ ପହଞ୍ଚି ନିଜ ହାତରେ ଗାତ ଖୋଳି ଶବକୁ ସତ୍କାର କରିଥିଲେ।ବିଧାୟକ ଙ୍କୁ ଦେଖି କିଛି ସ୍ଥାନୀୟ ଜନସାଧାରଣ ସହାୟତା କରିବା ପାଇଁ ଆଗେଇ ଆସିଲେ।ବିଧାୟକ ରମେଶ ପଟୁଆ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ନହୋଇ ଥିବା ସତ୍ତ୍ୱେ ତାଙ୍କର ଏଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।