ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଏସିବି ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଭେଟିଲେ ସ୍ବାସ୍ଥମନ୍ତ୍ରୀ ପ୍ରତାପ ଜେନା
13/06/2018 at 11:37 PM

ଗୁରୁତ୍ବର ଅସୁସ୍ଥ ହୋଇ ଏସିବି ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଚିକିତ୍ସିତ ଚୌଦ୍ବାର କଟକ ବିଧାୟକଙ୍କୁ ଭେଟିଲେ ସ୍ବାସ୍ଥମନ୍ତ୍ରୀ ପ୍ରତାପ ଜେନା। ପ୍ରଭାତ ରହୁଥିବା ୨ ନମ୍ବର କେବିନକୁ ଯାଇ ତାଙ୍କ ସହ ସମାନ୍ୟ କଥା ହେବା ସହ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ତେବେ ପ୍ରଭାତଙ୍କ ପାଇଁ ସରକାରଙ୍କ ଚରଫରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ସେପେଟେ ପ୍ରଭାତ ବିଶ୍ବାଳଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିବା କହଛନ୍ତି ମେରୁଦଣ୍ଡ ଆଘାତ କେନ୍ଦ୍ରର ଅଧ୍ୟକ୍ଷ।