Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିଧାନସଭା ନିର୍ବାଚନ ବେଳେ ଜବତ ହେଲାଣି ୧୦୦୦ କୋଟିରୁ ଅଧିକ ଟଙ୍କା : ନିର୍ବାଚନ କମିସନର ତାଜୁବ୍‌, କେଉଁଠୁ ଆସୁଛି ଏତେ ଟଙ୍କା ?

16/04/2021 at 8:46 PM

ନୂଆଦିଲ୍ଲୀ ୧୬/୦୪ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟରୁ ୪ଟି ରାଜ୍ୟରେ ମତଦାନ ଶେଷ ହୋଇଛି । କେବଳ ପଶ୍ଚିମବଙ୍ଗରେ ୪ଟି ପର୍ଯ୍ୟାୟ ମତଦାନ ବାକି ଅଛି । ଏହାରି ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । କର୍ଣ୍ଣାକଟ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୧ କୋଟି ୪୪ ଲକ୍ଷ ଟଙ୍କା ଜବତ ହୋଇସାରିଲାଣି । ନିର୍ବାଚନ କମିସନର କହିଛନ୍ତି, ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେକି କୌଣସି ବିଧାନସଭା ନିର୍ବାଚନ ବେଳେ ଏକ ହଜାର କୋଟି ଟଙ୍କାରୁ ଅଧିକ ଜବତ ହୋଇଛି ।

ଆସାମରୁ ମୋଟ ୧୨୨ କୋଟି ୩୫ ଲକ୍ଷ ଟଙ୍କାର କ୍ୟାସ୍‌ ଏବଂ ଜିନିଷପତ୍ର ଜବତ ହୋଇଛି । ପୂର୍ବ ନିର୍ବାଚନରେ ମୋଟ ୧୬ କୋଟି ୫୮ ଲକ୍ଷ ଟଙ୍କା ଜବତ ହୋଇଥିଲା । ପଶ୍ଚିମବଙ୍ଗରେ ମୋଟ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି । ପୂର୍ବ ନିର୍ବାଚନରେ ୪୪ କୋଟି ୩୩ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସେହିଭଳି ତାମିଲନାଡୁରେ ୪୪୬ କୋଟି ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଯେଉଁଥିରେ ୨୩୬ କୋଟି ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସ୍‌, ୫ କୋଟି ୨୭ ଲକ୍ଷ ଟଙ୍କାର ମଦ, ୨ କୋଟି ୨୨ ଲକ୍ଷ୍ୟ ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଗତ ବିଧାନସଭା ନିର୍ବାଚନରେ ତାମିଲନାଡୁରେ ୧୩୦ କୋଟି ୯୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ପୁଡୁଚେରୀରୁ ମୋଟ ୩୬ କୋଟି ୯୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଗତ ନିର୍ବାଚନରେ ୭ କୋଟି ୭୪ ଲକ୍ଷ ଟଙ୍କା ଜବତ ହୋଇଥିଲା । ସେହିଭଳି କେରଳରେ ମୋଟ  ୮୪ କୋଟି ୯୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଗତ ବିଧାନସଭା ନିର୍ବାଚନରେ ୨୬ କୋଟି ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।

   Related Posts