Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢି କରୁଥିଲେ କାମ, କରେଣ୍ଟ ଲାଗି ଚାଲିଗଲା ଜୀବନ

2/05/2021 at 2:32 PM

ଢେଙ୍କାନାଳ୨/୫: ଢେଙ୍କାନାଳ ରାୟ ନରସିଂହପୁରରେ ଅଘଟଣ । ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବାବେଳେ କରେଣ୍ଟ ଲାଗି ଲାଇନ ମ୍ୟାନଙ୍କ ମୃତ୍ୟୁ । ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ମୁତାବକ, ମୃତକ ଜଣଙ୍କ ଢେଙ୍କାନାଳ ସଦର ଥାନା ସଦାସିବପୁର ଗ୍ରାମର ସୁବାଷ ତ୍ରିପାଠୀ । ସୁବାସ ଟାଟା ପାୱାର କମ୍ପାନୀରେ ଲାଇନ ମ୍ୟାନ ଭାବେ କାମ କରନ୍ତି ।

ତେବେ ଆଜି ରାୟ ନରସିଂହପୁର ଠାରେ ସେ ୧୧କେଭି ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିଲେ । ମାତ୍ର ଖାମଖିଆଲି ଭାବେ ବିଦ୍ୟୁତ ଲାଇନ ଚାର୍ଜ କରିଦିଆଯିବାରୁ ସେ ବିଦ୍ୟୁତ କରେଣ୍ଟ ଲାଗିବାରୁ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚି ହୋ ହଲ୍ଲା କରିଥିଲେ ।

ଟାଉନ ଥାନା ପୋଳିସ ପହଂଚି ବୁଝା ସୁଝା କରିଥିବାରୁ ଉତ୍ତେଜନା କମିଥିଲା । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି । ପରିବାରକୁ ଥଇଥାନ ଓ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ କରିବାକୁ ଚେତାବନୀ ଦେଇଛନ୍ତି ।

   Related Posts