Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ବିଦ୍ୟୁତ ଆଘାତରେ ଛୁଆ ମାଙ୍କଡ ଛଟପଟ, ଛୁଆର କଷ୍ଟ ସହି ନପାରି ପାଗଳ ପରି ହେଉଛି ମାଆ… ଦେଖନ୍ତୁ ଭିଡିଓ

31/07/2021 at 5:13 PM

ଭଦ୍ରକ ୩୧।୭: ମାଆର ମମତା, ପଶୁ ହେଲେବି ନିଜ ଛୁଆର ସୁରକ୍ଷା ଓ ଜୀବନ ବଞ୍ଚାଇବା ପାଇଁ ମାଆ ମାଙ୍କଡର ପ୍ରୟାସ । ଯାହା ନିଜ ଆଖିରେ ନଦେଖିଲେ ବିଶ୍ବାସ କରି ପାରିବେ ନାହିଁ । ବିଦ୍ୟୁତ ଆଘାତରେ ଶିକାର ହୋଇ ଜୀବନ ମରଣ ସହ ସଂଘର୍ଷ କରି ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଛୁଆ ମାଙ୍କଡଟିର ସୁରକ୍ଷା ପାଇଁ ଚେଷ୍ଟା ଜାରି ରଖିଛି ମାଆ ମାଙ୍କଡ ।

ଆଜିକାଲି ଦୁନିଆରେ ହଜିଯାଇଛି ମାନବିକତା । ସମ୍ପର୍କର ମୂଲ୍ୟ ବୁଝି ପାରୁନି ଏ ମଣିଷ ସମାଜ । ବିଶ୍ଵର ସବୁଠାରୁ ଶ୍ରେଷ୍ଠ ଆଉ ଚତୁର ପ୍ରାଣୀ ହେଉଛି ମଣିଷ । ଏବେ ସମ୍ପୂର୍ଣ୍ଣ ଓଲଟା, ମଣିଷ ହୋଇଛି ପଶୁ । ସ୍ନେହ, ମମତା, ଭଲପାଇବା ଆଉ ନାହିଁ କହିଲେ ଚଳେ । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଯାହାକି ଆପଣଙ୍କୁ ଚକିତ କରିଦେବ । ଦୃଶ୍ୟଟି ହେଉଛି ଭଦ୍ରକ ସହରର ଗରଦପୁର ଅଞ୍ଚଳର ।

କୁନି ମାଙ୍କଡ଼ ଛୁଆକୁ ବିଦ୍ୟୁତ ଆଘାତ ଲାଗିଲା ପରେ ସେ ତଳେ ପଡ଼ି ଛଟପଟ ହେଉଥିଲା । ମାଆ ମାଙ୍କଡ଼ଟି ଛୁଆର କଷ୍ଟ ସହି ନପାରି ପାଗଳ ପରି ହେଉଥାଏ । ବେଳେ ବେଳେ ତା ଛୁଆକୁ ଯାଇ ଗେଲ  କରିଦେଉଥାଏ ପୁଣି ଗୋଡାଉଥାଏ ଲୋକମାନଙ୍କୁ । ମନେ ମନେ ଭାବୁଥାଏ ଏ ସ୍ବାର୍ଥପର ମଣିଷ ମୋ ଛୁଆକୁ ଅଧାମରା କରି ପକାଇଛି ପୁରା ମାରିଦେବ କି ? ସେଥିପାଇଁ ସେ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ କରିଦେଇଥିଲା । ଯିଏ ସେ ରାସ୍ତାରେ ଗଲା ତାକୁ ସେ ଗୋଡ଼ାଇଲା । କାହିଁକି ନା ସେ ପଶୁ ହେଲେ ମଧ୍ୟ ସମ୍ପର୍କର ମୂଲ୍ୟ କ’ଣ ଜାଣିଛି । ଆଉ ଏ ସ୍ବାର୍ଥପର ମଣିଷ ସମାଜକୁ ବାତ୍ସଲ୍ୟ ମମତାର ପ୍ରତିଫଳନ ଦେଖାଇଛି ।

   Related Posts