ବିଦାୟ ଦ୍ରାବିଡ ମହାନାୟକ : Mudda 01 (08.08.2018)
8/08/2018 at 7:12 PM

ଚେନ୍ନାଇର ମରିନା ବିଚ୍ ରେ ଡି.ଏମ୍.କେ ସୁପ୍ରିମୋ ଏମ୍.କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜନୈତୀକ ଗୁରୁ ଆନ୍ନାଦୁରାଇଙ୍କ ସମାଧି ନିକଟରେ ହେବ କରୁଣାନିଧିଙ୍କ ସମାଧୀ । ମାଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କରୁଣାନିଧୀଙ୍କ ସମାଧି ନେଇ ଚାଲିଥିବା ବିବାଦ ତୁଟିଛି । ଗତ କାଲି ରାତିରୁ ଜାରି ମାରାଥନ ଶୁଣାଣି ପରେ ମାଡ୍ରାସ୍ ହାଇକୋର୍ଟ ମରିନା ବିଚ୍ ରେ ମହାନ ଦ୍ରାବିଡ ନେତାଙ୍କ ଶେଷ କୃତ୍ୟ ଲାଗି ଅନୁମତି ଦେଇଛନ୍ତି । ଡିଏମକେ ନେତା ଏମ. କରୁଣାନିଧିଙ୍କ ବିୟୋଗ ପରେ ସାରା ତାମିଲନାଡୁରେ ଶୋକର ଛାୟା । କରୁଣାନିଧିଙ୍କ ମରଶରୀର ଥିବା ରାଜାଜୀ ହଲ୍ ନିକଟରେ ପ୍ରବଳ ଭିଡ ହୋଇଛି । ପାଖାପାଖି ୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ଲୋକ ଗହଳି ଯୋଗୁଁ ଦଳା ଚକଟା ହୋଇଛି । ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୩୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସହ ଧସ୍ତାଧସ୍ତିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । କିଛି ଛୋଟ ପିଲା ଭିଡରେ ହଜି ଯାଇଛନ୍ତି । ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ଏମ୍ କେ ଷ୍ଟାଲିନ୍ । ଗତକାଲି କାବେରୀ ହସପିଟାଲ ପାଖରେ ଭୀଡ ନିୟନ୍ତ୍ରଣ ଲାଗି ମୃଦୁ ଲାଠି ଚାଳନା କରିଥିବା ପୋଲିସ ଆଜି ରାଜାଜୀ ହଲ୍ ନିକଟରେ ଭିଡ ନିୟନ୍ତ୍ରଣ କରିବାକୁ ନୟାନ୍ତ ହୋଇଛି ।