ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଶୋଇବାରୁ ମିଳିଲା ଭତ୍ତା
12/06/2018 at 10:00 PM

ରାଜନୀତିର ଶିକାର ହୋଇ ଅନେକ ବ୍ୟକ୍ତି ସେମାନଙ୍କର ଭତା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ବର ସଦର ବ୍ଲକ କଶିପଦା ପଞ୍ଚାୟତର ବରହମପୁର ଗାଁରେ ତିର୍ଥବାସୀ ରଣା। ଦୁଇବର୍ଷ ହେବ ସେ ଦବ୍ୟାଙ୍ଗଭତା ପାଇଁ ଆବେଦନ କରିଥିଲେବି ଆଜିପର୍ଯ୍ୟନ୍ତ ତାଙ୍କୁ ଦିବ୍ୟାଙ୍ଗ ଭତା ମିଳିପାରିନଥିଲା । ହଲେ ଗାଁର ଅନ୍ୟମାନଙ୍କୁ ମିଳି ସାରିଥିଲା। ତିର୍ଥବାସୀଙ୍କର ପରିବାର ବାଧ୍ୟହୋଇ ଆଜି ତାଙ୍କୁ ଆଣି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇବା ପରେ ଭତା ମିଳିଯାଇଥିଲା ।