Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଜେପିରେ ମିଶିବେ ଅବସରପ୍ରାପ୍ତ ଆଇ.ଏ.ଏସ୍ ଅଫିସର୍ ଅପରାଜିତା ଷଡ଼ଙ୍ଗୀ

23/11/2018 at 12:29 AM

ବିଜେପିରେ ମିଶିବେ ଅବସରପ୍ରାପ୍ତ ଆଇ.ଏ.ଏସ୍ ଅଫିସର୍ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଦଳର ସଭାପତି ଅମିତ୍ ଶାହାଙ୍କ ସମେତ ଅନ୍ୟ କିଛି ଟପ୍ ବ୍ରାସଙ୍କ ଉପସ୍ଥିତିରେ ସେ ପଦ୍ମ ଧରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିପାରନ୍ତି । ତା ପର ଦିନ ଅର୍ଥାତ୍ ୨୮ ତାରିଖରେ ଭୁବନେଶ୍ବର ଆସିବେ ଅପରାଜିତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ଯୋଜନା ରହିଛି । ଶୁଣିବାକୁ ମିଳୁଛି, ଅପରାଜିତା ଭୁବନେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମର କମିଶନର୍ ଥିଲେ ଅପରାଜିତା ଷଡ଼ଙ୍ଗୀ । ସେହି ସମୟରେ ସେ ଭୁବନେଶ୍ବରବାସୀଙ୍କର ଅତି ପ୍ରିୟ ଥିଲେ । ତେଣୁ ଅପରାଜିତାଙ୍କର ସେହି ଲୋକପ୍ରିୟତାକୁ ବିଜେପି, ନିଜ ସପକ୍ଷରେ ଭୋଟ୍ ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ୧୯୯୪ ବ୍ୟାଚ୍ ର ଏହି ଓଡ଼ିଶା କ୍ୟାଡର୍ ଆଇ.ଏ.ଏସ୍ ଅଫିସର୍, ଗଣଶିକ୍ଷା ସଚିବ ଥିବା ବେଳେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ । ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ, ବୟନ ଓ ହସ୍ତତନ୍ତ ବିଭାଗର ସଚିବ ଥିଲେ ଅପରାଜିତା । ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ବେଚ୍ଛାକୃତ ଅବସର ନେବାକୁ ସେ ଆବେଦନ କରିଥିଲେ । ଭିଜିଲାନ୍ସ ଇନକ୍ବାରୀ ପରେ ରାଜ୍ୟ ସରକାର ତାଙ୍କ ସ୍ବେଚ୍ଛାକୃତ ଅବସର ପାଇଁ କେନ୍ଦ୍ରକୁ ଅନୁମୋଦନ କରିଥିଲେ । ଆଉ ଗତ ୧୭ ତାରିଖରେ କେନ୍ଦ୍ର ସରକାର, ତାଙ୍କୁ ଅବସର ଦେଇଛନ୍ତି । ଅବସର ପୂର୍ବରୁ ଚାକିରିର ଶେଷ ସମୟରେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ସେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ମନରେଗା ବିଭାଗରେ ଯୁଗ୍ମ ସଚିବ ଥିଲେ ଅପରାଜିତା ଷଡ଼ଙ୍ଗୀ । ବିହାରର ମୂଳ ବାସିନ୍ଦା, ଅପରାଜିତା ଷଡ଼ଙ୍ଗୀ, ତାଙ୍କ ବ୍ୟାଚ୍ ମେଟ୍ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ ପରେ ଓଡ଼ିଶାର ବୋହୂ ହୋଇଛନ୍ତି । ଆଉ ଏବେ ଓଡ଼ିଶା ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ।

   Related Posts