ବିଜେଡିର ଟିକେଟ୍ କସରତ ; ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ନେତାଙ୍କ ଅପେକ୍ଷା
15/03/2019 at 9:23 AM
ଭୁବନେଶ୍ବର ୧୫|୩ : ବିଜେଡିର ଟିକେଟ୍ କସରତ । ପ୍ରଥମ ପର୍ଯ୍ୟାୟ ସହ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ନିବାସରେ ଆଲୋଚନା କରିଛନ୍ତି ଦଳୀୟ ନେତା ଓ ପର୍ଯ୍ୟବେକ୍ଷକ। ତେବେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେମାନଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହେଉଥିଲା ଏଥର ବିଜେଡି ନିର୍ବାଚନ ରଣନୀତି ନେତାଙ୍କ ରାଜନୈତିକ କ୍ୟାରିଅରରେ ପରିବର୍ତ୍ତନ ଆଣିବ ।
ବିଜେଡିରେ ବଢୁଥିବା ଆଶାୟୀ ଓ ଦଳର ବଦଳିଥିବା ଆଭିମୁଖ୍ୟକୁ ନେଇ ଏବେ ନେତାମାନେ ପ୍ରସ୍ତୁତ। ଗତନୁଗତ ଧାରାରୁ ଓହରି ନିର୍ବାଚନ ମଇଦାନରେ ଦଳ ଯାହା ନିଷ୍ପତି କରିବ ସେ ନିଷ୍ପତିକୁ ନେଇ ନିର୍ବାଚନ ଲଢିବାକୁ ବିଜେଡିରେ ନେତାମାନେ ପ୍ରସ୍ତୁତ । ଦଳରେ ମହିଳା ପ୍ରାର୍ଥୀଙ୍କୁ ନେଇ ଗୁରୁତ୍ବକୁ ଦେଖି ଏବେ ବିଜେଡିରେ ନେତାମାନେ ପାରମ୍ପରିକ ଆସନରୁ ହଟି ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ହେଲେଣି।
ବିଜେଡିରେ ପ୍ରଥମ ପର୍ଯ୍ୟାୟ ସହ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୟନ ପାଇଁ କସରତ ଆରମ୍ଭ ହୋଇଛି । ବିଜେଡି ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଓ ଦଳର ସ୍ଥିତ ସଂପର୍କରେ ରିପୋର୍ଟ ହାଇକମାଣ୍ଡଙ୍କୁ ଦେଇଛନ୍ତି । ତେବେ ନିଷ୍ପତି ଛାଡିଛନ୍ତି ଦଳର ହାଇକମାଣ୍ଡ ଉପରେ ।