Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ବିଜାପୁର ନକ୍ସଲ ହମଲା: U ଟାଇପ୍ ଏମ୍ୱୁସ୍ ହେଲା କାଳ ଫସିଗଲେ ଯବାନ୍

5/04/2021 at 9:46 AM

ଛତିଶଗଡ ୫/୪: ଛତିଶଗଡ ବିଜାପୁର ନକ୍ସଲ ବିସ୍ଫୋରଣ ମାମଲାରେ ସାମ୍ନାକୁ ଆସିଲା ରୋଚକ ତଥ୍ୟ । ଯବାନଙ୍କ ପାଇଁ ବିଛାଯାଇଥିବା u ସେପ୍ ଆମ୍ୱୁସ୍ ହୋଇଥିଲା କାଳ । ନକ୍ସଲଙ୍କ ଦ୍ୱାରା ରଚାଯାଇଥିବା ଜାଲରେ ଫସିଯାଇଥିଲେ ଯବାନ୍ ।

ସର୍ଚ୍ଚ ଅପରେସନ ପୂର୍ବରୁ ଯବାନଙ୍କ ପାଇଁ ପୂରା ବଡ ଧରଣର ପ୍ଲାନ କରିଥିଲେ ନକ୍ସଲ । ସିଲଗେର ଜଙ୍ଗଲ ଜୋନାଗୁଡା ନିକଟରେ ଗତ କିଛି ଦିନ ହେବ କୋବ୍ରା ବାଟାଲିୟନ, ବସ୍ତରିଆ ବାଟାଲିୟନ, ଡିଆରଜିଏ ଓ ଏସଟିଏଫର ପାଖାପାଖି ୨୦୦୦ ଯବାନ ଏଠାରେ ଟପ୍ କମାଣ୍ଡର ମାଓ ଲୁଚି ରହିଥିବା ନେଇ କମ୍ୱିଂ କରୁଥିଲେ । ଏପରିକି ଅଲଗା ଅଲଗା ଭାବେ ଅପରେସନକୁ ଜୋରଦାର କରୁଥିଲେ । ହେଲେ ଶନିବାର କମ୍ୱିଂ ହେଉଥିବା ନେଇ ନକ୍ସଲମାନେ ଟିକେ ଆଗୁଆ ସତର୍କ ହୋଇଯାଇଥିଲେ । ସାଟେଲାଇଟ୍ ଚିତ୍ରରୁ ଅନୁମାନ ଲଗାଇ ଯବାନମାନେ କିଛି କିଛି ପାର୍ଟରେ ଭାଗହୋଇ ଜଙ୍ଗଲରେ ପଶିବାକୁ ପ୍ରୟାସ କରିଥିଲେ । ତେବେ ଏହା ପୂର୍ବରୁ ନକ୍ସଲମାନେ ୟୁ ସେପ୍ ଆମ୍ୱୁସ୍ ଲଗାଇଥିଲେ । ଫଳରେ ଯବାନମାନେ ଯେତେବେଳେ ଜଙ୍ଗଲରେ ପ୍ରବେଶ କଲେ ଠିକ୍ ଏହି ସମୟରେ ଚାରିପଟୁ ଗୁଳିବର୍ଷଣ କରିଥିଲେ ନକ୍ସଲ । ତେବେ ନକ୍ସଲଙ୍କ ଏହି ଆଟାକକୁ ବିରୋଧ କରିଥିଲେ ଯବାନ । ହେଲେ ସକ୍ଷମ ହୋଇନଥିଲେ । ଫଳରେ ନକ୍ସଲଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଯବାନ ସହିଦ୍ ହୋଇଥିଲେ ।

   Related Posts