Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବିଚାରପତିଙ୍କୁ ଟାର୍ଗେଟ କରି ଅଡୁଆରେ ଜଗନମୋହନ ରେଡ୍ଡି: ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ପିଆଇଏଲ୍‌

15/10/2020 at 12:11 PM

ନୂଆଦିଲ୍ଲୀ ୧୫/୧୦: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଦାବି କରି ଦୁଇ ଜଣ ଓକିଲ ସୁପ୍ରିମକୋର୍ଟରେ ଜନହିତ ଯାଚିକା ଆବେଦନ କରିଛନ୍ତି। ଯାଚିକାରେ କୁହାଯାଇଛି ଜଗମୋହନ ସୁପ୍ରିମ କୋର୍ଟ ବିଚାରପତି ଏନବି ରମନାଙ୍କ ବିରୋଧରେ କଥିତ ଟିପ୍ପଣୀ ଯୋଗୁ ତାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ  ଅଦାଲତ ପକ୍ଷରୁ ନିର୍ଦେଶ ଦେବାକୁ ଦାବି କରାଯାଇଛି।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଜଗନମୋହନ ଭାରତର ମୁଖ୍ୟ ନ୍ୟାୟଧୀଶ ଏସଏ ବୋବଡେଙ୍କୁ ଏକ ଚିଠି ଳେଖିଥିଲେ। ଚିଠିରେ ଜଗନମୋହନ ସୁପ୍ରିମ କୋର୍ଟର ବର୍ତମାନ ବିଚାରପତି ଓ ସମ୍ଭବତଃ ଆଗାମୀ ମୁଖ୍ୟ ବିଚାପତି ଏନବି ରମନାଙ୍କ ଉପ​‌ରେ ଅଭିଯୋଗ ଆଣି ଲେଖି ଥିଲେ ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି।

ସେ ଏ ଚିଠିରେ ଲେଖିଥିଲେ ଟିଡିପି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କର ଜଷ୍ଟିସ ରମନାଙ୍କ ସହ ଘନିଷ୍ଠତା ରହିଛି। ସେ ହାଇକୋର୍ଟ ବୈଠକକୁ ପ୍ରଭାବିତ କରୁଛନ୍ତି। ଏଥିରେ କିଛି ବିଚାରପତିଙ୍କ ରୋଷ୍ଟର ସାମିଲ ଅଛି। ଟିଡିପି ସହ ଜଡ଼ିତ ଗୁରୁତର ମାମଲା ଶୁଣାଣିର କାମ କିଛି ମୁଖ୍ୟ ନ୍ୟାୟଧୀଶଙ୍କୁ ଆବଣ୍ଟିତ କରାଯାଇଛି।

   Related Posts